Latest Odisha News

BREAKING NEWS

ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା

ବେଙ୍ଗାଲୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିବା ପଡ଼ିଲା ମହଙ୍ଗା । ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଜାନୁଆାରୀ ମାସ ୯ ତାରିଖରେ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିଥିଲା ଗୋ ଫାଷ୍ଟ ବିମାନ।

ଗୁରୁବାର ଦିନ ବେଙ୍ଗାଲୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ଏହି ଗୋ ଫାଷ୍ଟ ବିମାନ ଉପରେ ଜୋରିମାନା ଲଗାଇଛି ଡିଜିସିଏ । କେବଳ ଏତିକି ନୁହେଁ ଏହା ପୂର୍ବରୁ ରେଗୁଲେଟର ଏୟାରଲାଇସେନ୍ସକୁ ଏକ ସୋ କାରଣ ନୋଟିସ ଜାରି କରିଥିଲା । ଏବଂ ଏହି ସପ୍ତାହ ପୂର୍ବରୁ ଦାଖଲ ହୋଇଥିବା ପ୍ରତିକ୍ରିୟା ଯାଞ୍ଚ କରିବା ପରେ ଶୁକ୍ରବାର ଦିନ ଏହି ଦଣ୍ଡବିଧାନ ଜାରି କରାଯାଇଛି ।

କେବଳ ସେତିକି ନୁହେଁ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡିଯିବା ଘଟଣାରେ ଏୟାରଲାଇନ୍ସ କ୍ଷମା ମାଗିବା ସହ ଏକ ଘୋଷଣା ମଧ୍ୟ କରିଥିଲା । ଆଉ ସେ ଘୋଷଣା ହେଲା ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଆଗାମୀ ୧୨ ମାସ ଭିତରେ ଦେଶର ଯେକୌଣସି ସ୍ଥାନକୁ ଯିବେ ତାଙ୍କୁ ମାଗଣା ଟିକେଟ ଦିଆଯିବ। ଏହାଛଡ଼ା ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛି ଡିଜିସିଏ  ।

Leave A Reply

Your email address will not be published.