Latest Odisha News

BREAKING NEWS

ସନ୍ଦେହ ଘେରରେ ଋଷ ପର୍ଯ୍ୟଟକଙ୍କ ଆତ୍ମହତ୍ୟା, ଝିଅର ଅନୁମତି ପରେ ହେବ ଶବ ସତ୍କାର

ରାୟଗଡ଼ା: ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ପ୍ରଶ୍ନ ଅନେକ, ଉତ୍ତର ଖୋଜୁଛି ପୋଲିସ । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ବ୍ଲାଡିମିରଙ୍କ ମୃତ୍ୟୁର ଦିନକ ପରେ ଆଖି ବୁଜିଥିଲେ ବନ୍ଧୁ ଆଣ୍ଟୋଭା ପାଭେଲ୍ । ଆଣ୍ଟୋଭା ରହୁଥିବା ହୋଟେଲର ଛାତରୁ ପଡ଼ି ମୃତ୍ୟୁବରଣ କରିଥିବା ବେଳେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

ସୂଚନା ଅନୁସାରେ, ଋଷିଆର ୪ ଜଣ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲି ସାର ୨୧ ତାରିଖରେ ରାୟଗଡ଼ ଆସି ଏକ ହୋଟେଲେ ରହିଛି । ୨୨ ତାରିଖରେ ସନ୍ଦେହନଜନକ ବାବେ ବ୍ଲାଡିମିରଙ୍କ ମୃତ୍ୟୁ ହେବା ପରେ ଖ୍ରୀଷ୍ଟିଆନ୍ ନୀତିରୀତି ଅନୁସାରେ ଆଣ୍ଟୋଭା ଅନ୍ତିମ ସଂସ୍କାର କରିଥିଲେ ।

ବ୍ଲାଡିମିରଙ୍କ ମୃତ୍ୟୁର ଠିକ୍ ୨ ଦିନ ପରେ ଆଣ୍ଟୋଭା ପାଭେଲଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ହୋଟେଲ୍ ରୁମରୁ ଡେଇଁ ଆଣ୍ଟୋଭା ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା । ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରି କୋଲକାତା ସ୍ଥିତ ରଷ ଦୂତାବାସକୁ ଖବର ଦେଇଛି ।

ପୋଲିସ ସବୁ ଦିଗକୁ ନଜରରେ ରଖି ତଦନ୍ତ କରୁଥିବା କହିଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା । ଏସପିଙ୍କ ଅନୁସାରେ, ଆଣ୍ଟୋଭା, ପାଭେଲଙ୍କ ବାଲ୍ୟ ବନ୍ଧୁ ଥିଲେ । ବ୍ଲାଡିମିରଙ୍କ ମୃତ୍ୟୁକୁ ଆଣ୍ଟୋଭା ଗ୍ରହଣ କରି ନପାରି ମାନସିକ ଅବସାଦରେ ଥିଲେ । ସେଥିପାଇଁ ହୁଏତ ଆତ୍ମହତ୍ୟା କରି ଥାଇ ପାରନ୍ତି । ତାଙ୍କର ଝିଅ ଅଛି ତାଙ୍କ ଠାରୁ ଅନୁମତି ମିଳିଲା ପରେ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ ବୋଲି ରାୟଗଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.