Latest Odisha News

BREAKING NEWS

ଲଫାପାରେ ଟଙ୍କା ବଣ୍ଟା ପରେ ଏସପି ଅଫିସ୍ ଆଗରେ ବିଜେପିର ସତ୍ୟାଗ୍ରହ

ଭଦ୍ରକ: ଲଫାପାରେ ଟଙ୍କା ନିଅ, ଭୋଟ୍ ଦିଅ । ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଭୋଟ୍ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରିକି ୧୦ ଜଣ ପିଛା ବନ୍ଦ ଲଫାପାରେ ୪ ହଜାର ଟଙ୍କା ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି କରଦା ପଞ୍ଚାୟତରୁ । ଲୋକଙ୍କ ହାତରେ ଟଙ୍କା ସହ ସ୍ଥାନୀୟ ସରପଞ୍ଚ ଧରା ପଡ଼ିଥିବା ବେଳେ ପୋଲିସ ଖସାଇ ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା ।

ଟଙ୍କା ବଣ୍ଟାକୁ ନେଇ ରବିବାର ରାତି ତମାମ୍ ହାଇଡ୍ରାମା ଲାଗି ରହିଥିଲା । ଏଭଳି ସ୍ଥିତିରେ ଧାମନଗରରେ ମୁକ୍ତ, ନିରପେକ୍ଷ, ଭୟମୁକ୍ତ ଉପନିର୍ବାଚନ ନେଇ ବିଜେପି ପ୍ରଶ୍ନ ଉଠାଇଛି । ପ୍ରଶାସନର ପକ୍ଷପାତିତା ଓ ଟଙ୍କା ବଣ୍ଟାକୁ ବିରୋଧ କରି ବିଜେପି ରାଜ୍ୟ ସଭାପତିଙ୍କ ସହ ଅନ୍ୟ ନେତା ଭଦ୍ରକ ଏସପି ଅଫିସ୍ ଆଗରେ ସତ୍ୟାଗ୍ରହରେ ବସିଛନ୍ତି ।

ଟଙ୍କା ବଣ୍ଟା ଓ ଆରୋପ ପ୍ରତ୍ୟାରୋପ ଭିତରେ ଧାମନଗର ଉପନିର୍ବାଚନ ପ୍ରଚାର ଲାଗି ସବୁ ଦଳ ହାତରେ ଆଉ ଗୋଟିଏ ଦିନ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ୍ ପ୍ରଚାର କରିବେ । ନଭେମ୍ବର ୩ ତାରିଖରେ ଭୋଟ୍ ପରେ ୬ରେ ଗଣତି କହିବ କାହାର ହେବ ଧାମନଗର ?

Leave A Reply

Your email address will not be published.