Latest Odisha News

BREAKING NEWS

ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କଲା ପୋଲିସ

ବରଗଡ଼: ବନ୍ଦ ଘର ଭିତରୁ ସନ୍ଦେହଜନକ ଭାବେ ୪ ଜଣଙ୍କ ମୃତଦେହ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଜାମଡୋଲ ଗାଁ କନ୍ଦପଡ଼ାରେ । ସ୍ଥାନୀୟ ପୋଲିସ ସହ ବରଗଡ଼ ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ବରଗଡ଼ ଏସପିଙ୍କ ସୂଚନା ଅନୁସାରେ, ପ୍ରଥମ ମହଲାର ଗୋଟିଏ କୋଠରିରୁ ମାଆ ଓ ଝିଅଙ୍କ ମୃତଦେହ ମିଳିଛି । ସେହିଭଳି ବାପ, ପୁଅଙ୍କ ମୃତଦେହ ତଳ ମହଲାରୁ ମିଳିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରୁଛି । ଏସପି ନିଜେ ଏହି ମାମଲାକୁ ମନିଟରିଂ କରୁଥିବା କହିଛନ୍ତି ।

ପଡ଼ୋଶୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ପଡ଼ୋଶୀଙ୍କ ଅନୁସାରେ, ପ୍ରାୟ ୪ ଦିନ ହେଲା ଘରେ ତାଲା ପଡ଼ିଥିଲା । ପରିବାରର କାହା ସହ ଝଗଡ଼ା ନଥିଲା, ଭଲ ଲୋକ ଥିଲେ । ତେବେ ତାଲା ପଡ଼ିଥିବା ବେଳେ କିଭଳି ହେଲା ୪ ଜଣଙ୍କ ମୃତ୍ୟୁ ? ୪ ଜଣଙ୍କୁ ହତ୍ୟା ପରେ କିଏ ବାହାରୁ ପକାଇଲା ତାଲା ? ତାହା ଏବେବି ସନ୍ଦେହ ଘେରରେ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.