ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ୨୦୨୨ ମସିହାରେ ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିବା ପରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ।
ଛାଡପତ୍ର ମାମଲାର ଶୁଣାଣି କରୁଥିବା ବିଚାରପତି ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ ଧାର୍ଯ୍ୟ କରିଛନ୍ତି। ଚୂଡାନ୍ତ ନିଷ୍ପତ୍ତି ମଧ୍ୟ ଏହି ତାରିଖରେ ଦିଆଯିବାର ସମ୍ଭାବନା ରହିଛି। ତେବେ ଐଶ୍ୱର୍ଯ୍ୟା ଏବଂ ଧନୁଷ କୋର୍ଟରେ ହାଜର ହେବା ସମୟରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ।
୨୦୦୪ ମସିହାରେ ଚେନ୍ନାଇରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ଧୁମଧାମରେ ବିବାହ କରିଥିଲେ। ପରେ ଜାନୁୟାରୀ ୧୭, ୨୦୨୨ରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ପରସ୍ପରଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ତେବେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଦୁଇ ପୁଅ ରହିଛନ୍ତି।