Latest Odisha News

BREAKING NEWS

ଚିକିତ୍ସା ପାଇଁ ନୁହେଁ, ଛୁଟି କାଟିବାକୁ ଆମେରିକା ଯାଇଛନ୍ତି ଧମେନ୍ଦ୍ରଙ୍କ ପରିବାର

ମୁମ୍ବାଇ: ଗଦର୨ର ସଫଳତା ପରେ ସନୀ ଦେଓଲ ତାଙ୍କ ହଜି ଯାଇଥିବା ଷ୍ଟାରଡମ ଫେରି ପାଇଛନ୍ତି । ନିକଟରେ ସନୀ ଦେଓଲ ତାଙ୍କ ବାପା ଧର୍ମେନ୍ଦ୍ର ଏବଂ ପରିବାରର ଅନ୍ୟମାନଙ୍କ ସହ ଛୁଟି କାଟିବା ପାଇଁ ଆମେରିକା ଯାଇଛନ୍ତି । ଧମେନ୍ଦ୍ର ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ସେ ଲେଖିଛନ୍ତି ଦୀର୍ଘ ଦିନ ପରେ ଆମେରିକାକୁ ଛୁଟି କାଟିବା ପାଇଁ ଆସିଛି । ଖୁବ ଶୀଘ୍ର ଶୁଟିଂ ପାଇଁ ଭାରତ ପ୍ରତ୍ୟାବର୍ତନ କରିବି । ପୂର୍ବରୁ ଧମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ଚିକିତ୍ସିତ ପାଇଁ ସନୀଙ୍କ ସହ ଆମେରିକା ଆସିଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହା ସତ୍ୟ ନୁହେଁ ବୋଲି ସନୀ ସ୍ପଷ୍ଟ କରିଛନ୍ତି ।

ସନୀ ମଧ୍ୟ ମଜା ଉଠାଉଥିବା ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଧର୍ମେନ୍ଦ୍ର ରକୀ ଔର ରନୀକି ପ୍ରେମ କାହାନୀରେ ଶାବନା ଆଜମୀଙ୍କୁ କିସ କରି ସେ ଚର୍ଚ୍ଚାକୁ ଆସିଥିଲେ । ଅପରପକ୍ଷରେ ସନୀ ଗଦର ୨ ସଫଳତାର ମଉଜ ଉଠାଉଛନ୍ତି । ଭାରତ ପ୍ରତ୍ୟାବର୍ତନ ପରେ ସେ ତାଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ସୂଚନା ଦେବେ ।

Leave A Reply

Your email address will not be published.