Latest Odisha News

BREAKING NEWS

କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଲେ ଜେଲ୍ କର୍ମଚାରୀ

ଜଗତସିଂହପୁର: କଳା ବ୍ୟାଜ୍ ପିନ୍ଧି ନିଜ ଦାଇତ୍ଵ ତୁଲାଇବା ସହ ଶାନ୍ତି ଶୃଙ୍ଖଳା ସହିତ ପ୍ରତିବାଦ ଜଣାଇଲେ ଜଗତସିଂହପୁର ଜେଲରେ ଥିବା କାର୍ଯ୍ୟରତ କର୍ମଚାରୀ। ସୂଚନା ମୁତାବକ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ନିଜର ୫ଦଫା ଦାବି ସରକାରଙ୍କଠାରୁ ହାସଲ ପାଇଁ ଆଜିଠାରୁ ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ।

BjdElectrycity

ଏହି ସମୟସୀମା ମଧ୍ୟରେ ସରକାର ଦାବି ନଶୁଣିଲେ ଆସନ୍ତା ୨୫ତାରିଖରୁ କଳା ବ୍ୟାଜ୍ ପିନ୍ଧି ଜେଲ୍ କର୍ମଚାରୀମାନେ ଖାଦ୍ୟ ଗ୍ରହଣ ନକରି, ଶାନ୍ତି ଶୃଙ୍ଖଳାରେ ନିଜ କର୍ତ୍ତବ୍ୟ ପାଳନ କରିବା ସହିତ ଜେଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ ଜଣାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। ଏହି ୫ଦଫା ଦାବି ଗୁଡିକ ହେଉଛି, କାରାରକ୍ଷୀମାନଙ୍କ ଗ୍ରେଡ଼ ପେ ୧୯୦୦ ଟଙ୍କାରୁ ୨୦୦୦କୁ ବୃଦ୍ଧି ଏବଂ ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ଼ ପେ ୨୦୦୦ରୁ ୨୪୦୦ କୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ କୁ ବୃଦ୍ଧି କରିବା ଏବଂ ୧୩ ମାସିଆ ଦରମା ବୃଦ୍ଧିକୁ କାର୍ଯ୍ୟକାରୀ କରିବା ଭଳି ଦାବି ରହିଛି।

ତେବେ ପୂର୍ବରୁ ସଂଘ ସରକାରଙ୍କ ପାଖରେ ଏହି ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଜଣେ କାରାରକ୍ଷୀ।

Leave A Reply

Your email address will not be published.