Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ନିର୍ବାଚନ ଲଢିବେନି ଧର୍ମେନ୍ଦ୍ର…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବର୍ଷର ନିର୍ବାଚନ ଲଢିବେ ନାହିଁ ବୋଲି ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ଓଡ଼ିଶା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି ।

“ଏଥର ନା ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବେନି ଧର୍ମେନ୍ଦ୍ର ପ୍ରଧାନ,”ବୋଲି କହିଛନ୍ତି ଅରୁଣ ସିଂହ । “ଯେହେତୁ ସେ ବର୍ତ୍ତମାନ ଓଡ଼ିଶାରେ ଜଣେ ଲୋକପ୍ରିୟ ନେତା ତେଣୁ ଏଥର ନିର୍ବାଚନ ନ’ଲଢି ସେ ଦଳୀୟ ପ୍ରଚାର କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସାମିଲ କରିବେ,” ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ଓଡ଼ିଶା ରାଜ୍ୟ ଦାୟିତ୍ୱରେ ରହିଥିବା ବିଜେପି ପ୍ରଭାରୀ ଅରୁଣ ସିଂହ ।

ପୂର୍ବରୁ, ବିଜେପି ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଧର୍ମେନ୍ଦ୍ରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା ।

ନିଜେ ଧର୍ମେନ୍ଦ୍ର ମଧ୍ୟ ପୂର୍ବରୁ କହିଥିଲେ ଯେ, ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ୨୦୧୯ ନିର୍ବାଚନରେ ଅବତୀର୍ଣ୍ଣ ହେବେ । ତେବେ ଧର୍ମେନ୍ଦ୍ର ଲୋକସଭା କିମ୍ବା ବିଧାନସଭା କେଉଁ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଲଢିବେ ତାହା ଅବଶ୍ୟ କହିନଥିଲେ ।

ଏସମ୍ପର୍କରେ ଶାସକ ବିଜେଡ଼ି ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି । ରବିବାର ଦିନ ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ଅନେକ ସମସ୍ୟା ପ୍ରସଙ୍ଗ ଉତଥାପନ ନକରି ବରଂ ଧର୍ମେନ୍ଦ୍ର ନିର୍ବାଚନ ଲଢନ୍ତୁ ।

ପୂର୍ବରୁ ମଧ୍ୟ ଚର୍ଚ୍ଚା ଚାଲିଥିଲା ଯେ, ଧର୍ମେନ୍ଦ ପ୍ରଧାନ ହୁଏତ ପାଲଲହଡ଼ା ବିଧାନସଭା କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢିବେ । ମାତ୍ର ଦଳର ଜଣେ ବରିଷ୍ଠନେତାଙ୍କ କହିବାନୁଯାୟୀ, ଦଳ ଏଥର ନିର୍ବାଚନରେ ଅଧିକ ଆସନ ପାଇବାକୁ ଆଶା ପୋଷଣ କରିଛି ଏବଂ ସେଥିଲାଗି ଧର୍ମେନ୍ଦ୍ର ନ’ଲଢି ଦଳୀୟ ପ୍ରଚାରରେ ନିଜକୁ ଅଧିକ ଭାବେ ସାମିଲ୍ କରିବେ ।

Leave A Reply

Your email address will not be published.