Latest Odisha News

BREAKING NEWS

[ଭିଡ଼ିଓ] ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ କଲେଜ୍ ସିଲ୍

ଢ଼େଙ୍କାନାଳ : ଶିକ୍ଷାନୁଷ୍ଠାନରେ ପୁଣି ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଯୁକ୍ତ ଦୁଇ ଆବାସିକ କଲେଜ୍ ସିଲ୍ କରିଦିଆଯାଇଛି । ଢ଼େଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜ୍ ସିଲ୍ କରାଯାଇଛି । ତେବେ ଆବାସିକ କଲେଜ୍ ସହିତ ହଷ୍ଟେଲ୍ ବିଲ୍ଡିଂ କୁ ମଧ୍ୟ ସିଲ୍ କରିଛି ପୌର ପ୍ରଶାସନ । ତାଗିଦ୍ ସତ୍ତେ୍ୱ ପିଲାମାନେ ହଷ୍ଟେଲ୍ ଛାଡ଼ିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

କଲେଜ୍ କର୍ତ୍ତୃପକ୍ଷଙ୍କୁ ପୌର ପ୍ରଶାସନର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । କଲେଜ୍ ହଷ୍ଟେଲ ଛାଡ଼ିଥିବା ପିଲାଙ୍କୁ ଆଇସୋଲେସନ୍ ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲି କୁଞ୍ଜକାନ୍ତ ଅଞ୍ଚଳ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ହୋଇଥିଲା । କୋଭିଡ୍ ଟେଷ୍ଟ ପାଇଁ ୨୬୦ ଜଣଙ୍କର ନମୁନା ନିଆଯାଇଥିଲା । ୨୧୦ଟି ସାମ୍ପଲର ରିପୋର୍ଟ ଆସିଥିବା ବେଳେ ୩୩ ପଜିଟିଭ୍ ବାହାରିଛନ୍ତି । ବାକି ୫୦ ନମୁନାର ରିପୋର୍ଟ ଆସିନି ।

ନିକଟରେ ମୟୂରଭଞ୍ଜର ଗୋଟିଏ ସ୍କୁଲରୁ ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ତା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ସ୍କୁଲରୁ ବାହାରିଥିଲେ ପଜିଟିଭ୍ । ଏଥିସହ ବୁର୍ଲା ଭୀମସାରରେ ବି ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା କାୟା କମିବା ପରେ ରାଜ୍ୟରେ ସ୍କୁଲ, କଲେଜ ଖୋଲୁଛି । ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି । ସେମାନେ ଟିକା ନେଇ ନଥିବାରୁ ଚିନ୍ତା ବଢ଼ିଛି ।

 

Leave A Reply

Your email address will not be published.