Latest Odisha News

BREAKING NEWS

ଅଯୋଧ୍ୟାକୁ ବମରେ ଉଡାଇଦେବା ନେଇ ଧମକ

ଅଯୋଧ୍ୟା: ମହାପ୍ରଭୁ ଶ୍ରୀରାମଙ୍କ ନଗର ଅଯୋଧ୍ୟାକୁ ବମରେ ଉଡାଇଦେବା ନେଇ ଧମକ ଆସିଛି । ସୋସିଆଲ ମିଡିଆରେ ଏହି ଧମକ ଆସିବା ପରେ ସୁରକ୍ଷା ଏଜେନ୍ସି ଓ ସ୍ଥାନୀୟ ପ୍ରଶାସନ ଏହାକୁ ହାଲକାରେ ନେଇ ନାହାନ୍ତି । ସୁରକ୍ଷାକର୍ମୀଙ୍କୁ ଏ ନେଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ କୁହାଯାଇଛି ।

ସମ୍ବେଦନଶୀଳ ମନ୍ଦିରଗୁଡିକରେ ସୁରକ୍ଷା ବଢ଼ାଯିବା ସହ ସମସ୍ତ ଚେକପୋଷ୍ଟରେ ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାରମ୍ଭିକ ତଦନ୍ତରେ ଗୁଜରାଟର ଅହମ୍ମଦାବାଦରୁ ଏହି ଧମକ ଆସିଥିବା ଜଣାପଡିଛି । ଖୁବ୍ ଶୀଘ୍ର ଏହି ଯୁବକଙ୍କୁ ଗିରଫ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.