Latest Odisha News

BREAKING NEWS

ଚେପକରେ ଧୋନୀ ଖେଳିବେ ବିଦାୟକାଳୀନ ମ୍ୟାଚ

ଚେପକ: ଆଇପିଏଲର ୧୬ତମ ସଂସ୍କରଣ ୩୧ ମାର୍ଚ୍ଚରୁ ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏହା ଶେଷ ସିଜନ ହୋଇପାରେ । ଚେନ୍ନାଇ ସୁପର କିଙ୍ଗସର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ଯଦି ଟିମ ପ୍ଲେ ଅଫ ପାଇଁ କ୍ୱାଲିଫାଇ କରି ନ ପାରିବ ତାହାହେଲେ ମେ ୧୪ରେ ଧୋନୀ ଚେପକରେ ତାଙ୍କ ଶେଷ ମ୍ୟାଚ ଖେଳିବେ । ଏହି ଦିନ ଚେନ୍ନାଇ ଓ କୋଲକାତା ମଧ୍ୟରେ ମ୍ୟାଚ ହେବ । ଟିମ ତାର ଅନ୍ତିମ ଲିଗ ମ୍ୟାଚ ମେ ୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ । ଧୋନୀ କିନ୍ତୁ ଚେପକରେ ତାଙ୍କ ବିଦାୟକାଳୀନ ମ୍ୟାଚ ଖେଳିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି ।

ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ ଥର ଆଇପିଏଲ ଟାଇଟଲ ହାସଲ କରି ସାରିଛି । ଧୋନୀଙ୍କ ପରେ ବେନ ଷ୍ଟୋକ୍ସ, ଅଜିଙ୍କ୍ୟ ରାହାଣେ ଓ ରିତୁରାଜ ଗାଲକ୍ୱାଡଙ୍କ ମଧ୍ୟରୁ ଜଣେ ଚେନ୍ନାଇ ଟିମର ନେତୃତ୍ୱ ନେଇ ପାରନ୍ତି । ଚେନ୍ନାଇ ଏଥର ଗୁଜରାଟ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.