Latest Odisha News

BREAKING NEWS

ସୋମନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ଭାରତର ଅନ୍ୟତମ ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନି ଗୁଜୁରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କରିଛନ୍ତି । ମହାଶିବରାତ୍ରି ଅବସରରେ ସୋମନାଥ ପରିଦର୍ଶନ ସମୟରେ ମୁକେଶଙ୍କ ଏଭଳି ଦାନ ଚର୍ଚ୍ଚାକୁ ଆସିଛି ।

ସୂଚନା ଅନୁସାରେ, ପବିତ୍ର ମହାଶିବରାତ୍ରୀ ଅବସରରେ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ସୋମନାଥ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ସମ୍ପାଦକ ଅମ୍ବାନି ବାପପୁଅଙ୍କୁ ସ୍ୱାଗତ କରିଥିଲେ । ସେମାନେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଅଭିଷେକ ମଧ୍ୟ କରିଥିଲେ । ଏହି ସମୟରେ ସେ ମନ୍ଦିର ଟ୍ରଷ୍ଟକୁ ପ୍ରାୟ ଦେଢ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି ।

Leave A Reply

Your email address will not be published.