Latest Odisha News

BREAKING NEWS

ପିଟରସନ କହିଲେ ଧୋନୀ ମୋ ପକେଟରେ ଅଛନ୍ତି

ବିଶାଖପଟନମ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଅବସରରେ କେଭିନ ପିଟରସନ ଓ ଜାହୀର ଖାଁଙ୍କ ମଧ୍ୟରେ ହୋଇଥିବା ମଜାଦାର ଆଲୋଚନା ବେଶ ଚର୍ଚ୍ଚିତ ହେବାରେ ଲାଗିଛି । ପିଟରସନ ପ୍ରଥମେ କହିଥିଲେ ଆପଣ ଜାଣନ୍ତି ମୋ ପକେଟରେ କିଏ ଅଛନ୍ତି ? ତା ପରେ ହସି କରି କହିଥିଲେ ମହେନ୍ଦ୍ର ସିଂ ଧୋନୀ । ସେ ମୋ ପକେଟରେ କମରାନ ଆକମଲଙ୍କ ପାଖରେ ବସିଛନ୍ତି । ଏହା ଶୁଣିବା ପରେ ଜାହୀର କହିଥିଲେ, ମୁଁ ଏବେ ନିକଟରେ ଯୁବରାଜ ସିଂଙ୍କୁ ଭେଟିଥିଲି । ପିଟରସନ ତାଙ୍କ ପକେଟରେ ଅଛନ୍ତି ବୋଲି କହିଥିଲେ । ଏହା ଶୁଣି ପିଟରସନ ହସି ପଡିଥିଲେ ଏବଂ କହିଥିଲେ ମୁଁ ଏ ଭଳି ଏକ ଉତରର ଆଶା କରିଥିଲି ।

ପିଟରସନ ୨୦୦୭ରେ ଓଭାଲରେ ଖେଳା ଯାଇଥିବା ଟେଷ୍ଟରେ ପିଟରସନ ୯୨ ରନରେ ଧୋନୀଙ୍କୁ ଆଉଟ କରିଥିଲେ । ଅପରପକ୍ଷରେ ଯୁବରାଜ ଅନେକ ଥର ପିଟରସନଙ୍କୁ ଆଉଟ କରିଥିବାରୁ ଜାହୀର ତାଙ୍କୁ ଥଟ୍ଟା କରିଥିଲେ । ଶେଷରେ ପିଟରସନ କହିଥିଲେ ରବିଚନ୍ଦ୍ରନ ଅଶ୍ୱୀନ ଅବସର ନେବା ପରେ ନିଶ୍ଚିତ ଭାବେ ବେନ ଷ୍ଟୋକ୍ସଙ୍କୁ ନେଇ ଏ ଭଳି କିଛି ମଜାଦାର ବୟାନ ଦେବେ ।

୪୩ ବର୍ଷୀୟ ପିଟରସନ ୧୦୪ ଟେଷ୍ଟ, ୧୩୬ ଦିନିକିଆ ଓ ୩୭ ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୮୧୮୧ ରନ ଏବଂ ଦିନିକିଆ ଓ ଟି୨୦ରେ ଯଥାକ୍ରମେ ୪୪୪୦ ଓ ୧୧୭୬ ରନ କରିଛନ୍ତି । ସେ ଟେଷ୍ଟରେ ୧୦, ଦିନିକିଆରେ ୭ ଓ ଟି୨୦ରେ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.