Latest Odisha News

BREAKING NEWS

ବୁମରାହ ଏକ ନମ୍ବର: ୩ଟି ଯାକ ଫର୍ମାଟର ଶୀର୍ଷରେ ରହିବାରେ ପ୍ରଥମ ପେସ ବୋଲର

ବିଶାଖପଟନମ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ବିଶ୍ୱ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ବୁଧବାର ପ୍ରକାଶିତ ତାଜା ର‌୍ୟାଙ୍କିଙ୍ଗରେ ସେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଦିନିକିଆ ଓ ଟି୨୦ରେ ଏକ ନମ୍ବର ସ୍ଥାନରେ ରହି ସାରିଛନ୍ତି । ଏଥିସହ ସେ ବିରାଟ କୋହଲିଙ୍କ ଖାସ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ ଏହା ପୂର୍ବରୁ ପ୍ରଥମ ଏସୀୟ ଖେଳାଳି ଭାବେ ୩ଟି ଯାକ ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ କେନ ୱିଲିୟମସନ ବ୍ୟାଟ୍ସମ୍ୟାନରେ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଷ୍ଟିଭ ସ୍ମିଥ ଓ ବେନ ଷ୍ଟୋକ୍ସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡର ଡାରେଲ ମିଚେଲ ୪ର୍ଥ ଓ ପାକିସ୍ତାନର ବାବର ଆଜମ ୫ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରେ କୋହଲି ଖେଳି ନ ଥିବାରୁ ସେ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବେନ ଷ୍ଟୋକ୍ସ ଭାରତ ବିପକ୍ଷ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ଯୋଗୁ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅକ୍ଷର ପଟେଲ ୫ମରେ ରହିଛନ୍ତି ।

Leave A Reply

Your email address will not be published.