Latest Odisha News

BREAKING NEWS

ସପରିବାର ବେଙ୍ଗାଲୁରରେ ପଂହଚିଲେ ଧୋନୀ, ନେବେ କି ଅବସର !

ବେଙ୍ଗାଲୁର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀ ଓ ଝିଅ ଜୀଭା ସହ ବେଙ୍ଗାଲୁରରେ ପଂହଚିଛନ୍ତି । ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ମେ ୧୮ରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଧୋନୀଙ୍କ କ୍ୟାରିୟରର ଶେଷ ଆଇପିଏଲ ମୁକାବିଲା ହେବ ବୋଲି ଆକଳନ କରାଯାଉଛି । ପରିବାର ସହ ଏଠାକୁ ଆସିବା ପରେ ଏହି ସମ୍ଭାବନା ନିଶ୍ଚିତ ରୂପ ନେବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହା ପୂର୍ବରୁ ଚେନ୍ନାଇରେ ଧୋନୀ ମ୍ୟାଚ ପରେ ଷ୍ଟାଡିୟମରେ ଏକ ପ୍ରକାର ବିଦାୟୀ ପରିବେଶ ସୃଷ୍ଟି କରିଥିଲେ । ଗତ ବର୍ଷ ମଧ୍ୟ ଧୋନୀ କହିଥିଲେ ଆଇପିଏଲ ୨୦୨୪ ମୋର ଶେଷ ସିଜନ ହୋଇପାରେ । ଏବେ ସେ ଆଘାତପ୍ରାପ୍ତ ହେବା ସତ୍ୱେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି ।

ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଚେନ୍ନାଇ ୧୮ ରନରୁ ଅଧିକ ବ୍ୟବଧାନରେ ହାରିଲେ କିମ୍ବା ଆରସିବି ୧୮.୧ ଓଭରରେ ରନ ଚେଜ କରିନେଲେ ଚେନ୍ନାଇ ଟିମ ପ୍ଲେ ଅଫ ଦୌଡରୁ ବାଦ ପଡିବ । ଯଦି ଏହା ହୁଏ ତେବେ ଧୋନୀଙ୍କ ଏହା ଶେଷ ମ୍ୟାଚ ହେବ । ତେବେ ପ୍ରଂଶସକମାନେ ଚେନ୍ନାଇ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ଟାଇଟଲ ହାସଲ କରିବ ବୋଲି ଆଶା ରଖିଛନ୍ତି । ଯଦି ଏହା ହୁଏ ତେବେ ଧୋନୀ ଟ୍ରଫି ସହ ବିଦାୟ ନେଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ନିମ୍ନ ଭାଗରେ ବ୍ୟାଟିଂ କରିବା ନେଇ ଧୋନୀ ଚଳିତ ଆଇପିଏଲରେ ସମାଲୋଚିତ ହୋଇଛନ୍ତି ।

Leave A Reply

Your email address will not be published.