Latest Odisha News

BREAKING NEWS

ଭାରତରେ ମିଳିଲା ହୀରା ଭିତରେ ହୀରା

ସୁରଟ: ହୀରାର ଚମକ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାରତରେ ଏ ଭଳି ଏକ ହୀରା ମିଳିଛି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଛି । ଏଥିରେ ଗୋଟିଏ ହୀରା ମଧ୍ୟରେ ଆଉ ଏକ ହୀରା ରହିଛି । ଡାଇମଣ୍ଡ ସିଟିର ହୀରା ନିର୍ମାତା ଏହାର ନାମ ବିଟିଂ ହାର୍ଟ ରଖିଛନ୍ତି । ୦.୩୨୯ କ୍ୟାରେଟର ଏହା ଡି କର୍ଲଡ ହୀରା । ଏହାକୁ ପ୍ରଥମେ ବିଡି ଗ୍ଲୋବାଲ ଅକ୍ଟୋବର ୨୦୨୨ରେ ଖୋଜି ବାହାର କରିଥିଲେ । ସାଇଟ ହୋଲ୍ଡର ବିଡି ଗ୍ଲୋବାଲର ଅଧ୍ୟକ୍ଷ ବଲ୍ଲଭ ବାଘାସିଆଙ୍କ ମତରେ ଆମେ ପ୍ରଥମେ ଏ ଭଳି ହୀରା ପାଇବା ମାତ୍ରେ ଚକିତ ହୋଇ ପଡିଥିଲୁ । ଏହା ପୂର୍ବରୁ ରୁଷରେ ମଧ୍ୟ ଏ ଭଳି ହୀରା ମିଳି ସାରିଛି ।

ନ୍ୟୁରବାରେ ୟାକୁତିୟାର ଏକ ଖଣିରେ ମିଳିଥିବା ଏହି ହୀରାର ନାମ ରୁଷର ଲୋକପ୍ରିୟ କଣ୍ଢେଇ ମାଟ୍ରୋୟୋଶକା ନାମରେ ରଖା ଯାଇଥିଲା । ସୂଚନାଯୋଗ୍ୟ, ବିଡିଜି ଏକ ହୀରା ନିର୍ମାତା କମ୍ପାନୀ । ଯାହାର କାରୋବାର ସାରା ବିଶ୍ୱରେ ପ୍ରସାରିତ । ବିଟିଂ ହାର୍ଟ ହୀରା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.