Latest Odisha News

BREAKING NEWS

ଅତିକ ଅହମଦ ଓ ଅଶ୍ରଫ ହତ୍ୟାକାରୀଙ୍କ ବିରୋଧରେ ମାମଲା ରୁଜୁ; ଲାଗିଲା ଏହିସବୁ ଦଫା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶ୍ରଫ୍‌ ଅହମଦ ହତ୍ୟାକାଣ୍ଡର ୩ ଅଭିଯୁକ୍ତ ବିରୋଧରେ  ମାମଲା ରୁଜୁ। ହତ୍ୟା ଅଭିଯୁକ୍ତ ଲଭଲେଶ ତିୱାରୀ, ସନି ସିଂହ ଓ ଅରୁଣ ମୌର୍ଯ୍ୟଙ୍କ ବିରୋଧରେ ଆଜି(ଏପ୍ରିଲ ୧୬) ଆଇପିସିର ବିଭିନ୍ନ ଧାରାରେ ମାମଲା ହୋଇଛି।

ସକାଳ ୧୦ ଟା ବେଳେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଏମାନଙ୍କ ବିରୋଧରେ ଧାରା ୨୦୩, ୩୦୭, ଆର୍ମ୍ସ ଆକ୍ଟ ଧାରା ୩, ୭, ୨୫,୨୭ ଓ ଅପରାଧିକ ଆଇନ ସଂଶୋଧନ ଧାରା ୭ରେ ଲାଗୁ ହୋଇଛି। ପଚାରଉଚରା ପରେ ଅଭିଯୁକ୍ତମାନେ ପୁଲିସ ପାଖରେ ଦେଇଥିବା ବୟାନକୁ ଆଧାର କରି ଏଫ୍ଆଇଆର୍‌ କରାଯାଇଛି।  ଏଥିରେ ସେମାନେ ଦେଇଥିବା ବୟାନଗୁଡିକୁ ସବୁ ଲେଖାଯାଇଛି।

ଏଫ୍ଆଇଆର୍‌ ଅନୁସାରେ ଅଭିଯୁକ୍ତମାନେ କହିଛନ୍ତି ଯେ ଆମେ ଅତିକ ଓ ଅଶ୍ରଫ ଗ୍ୟାଙ୍ଗକୁ ସଫା କରିବାକୁ ଚାହୁଁଥିଲୁ। ଏଥିରେ ଉତ୍ତର ପ୍ରଦେଶରେ ଆମର ନାଁ ବଢ଼ିଥାନ୍ତା। ହେଲେ ହତ୍ୟା ପରେ ପୁଲିସର ଘେରାଉକୁ ଅନୁମାନ ନ କରିପାରି ଫସିଯାଇଥିଲୁ। ଆମେ ଅନେକ ଦିନ ହେଲାଣି ଦୁଇ ଜଣଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲୁ। କିନ୍ତୁ ପ୍ରକୃତ ସମୟର ମଉକା ମିଳିପାରି ନଥିଲା ବୋଲି ଅଭିଯୁକ୍ତମାନେ କହିଥିବା ଏଫ୍‌ଆଇଆର୍‌ରେ କୁହାଯାଇଛି।

Leave A Reply

Your email address will not be published.