Latest Odisha News

BREAKING NEWS

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।

କିଛି ଦିନ ହେବ ରାଉରକେଲାରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଦୂଷିତ ପାଣି ପିଇ ଏହି ରୋଗ ବ୍ୟାପିବା ନେଇ ସନ୍ଦେହ ରହିଛି । ରାଉରକେଲା ଉଦିତଗର ସହ ତରକେରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲା । ଏଥିରେ ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟ ବରଣ କରିଥିବା ୪ ଜଣ ହେଲେ ଗ୍ଲାସନ ସମାନ୍ତ, ନାନସୀ ଦୁବେ, ଫୁଲଟୋଲୀ ଗୌଡ ଓ ଅହଲ୍ୟା ନାୟକ । ଏବେବି ଅନେକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ସେପଟେ ଝାଡ଼ାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ଝାଡାବାନ୍ତି ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୧୨ ଟି ଟିମ ପକ୍ଷରୁ ଔଷଧ ବଣ୍ଟନ କରୁଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ଔଷଧ ବଣ୍ଟନ ଓ ପାନୀୟ ଜଳ ପରୀକ୍ଷା କରୁଛନ୍ତି । ଝାଡାବାନ୍ତି ବୃଦ୍ଧି ପାଇବାର ନିର୍ଦ୍ଧିଷ୍ଟ କାରଣ କଣ ଅନୁସନ୍ଧାନ କରାଯାଉଥିବା ବେଳେ, ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନମୁନା ଯାଞ୍ଚ ଆରମ୍ଭ ହୋଇଛି ।

Leave A Reply

Your email address will not be published.