Latest Odisha News

BREAKING NEWS

ବଦଳିଗଲା ମାଝୀଙ୍କ ଜୀବନ, ଡିଜିଟାଲ ପରାମର୍ଶ ଫସଲ ଅମଳ ପାଇଁ ଦେଖାଇଲା ନୂଆ ବାଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମାଲିକ ବ୍ଲକର ନୂଆଗାଁର ଅମର ମାଝୀ । ପିଲାଦିନରୁ ନିଜ ଜେଜେ ବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଏହି ଚାଷ କାମ କରିଆସୁଛନ୍ତି । ସବୁବେଳେ ଚାଷ କାମରେ ସେ ନୂଆ ନୂଆ ପ୍ରଣାଳୀ ଆପଣାଇ ଅଧିକ ଫସଲ ଅମଳ ପାଇଁ ଚେଷ୍ଟା କରିଥାନ୍ତି । ଏଥି ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ୍ ନାଁ ରହିଛି । ତେବେ ଏଥି ପାଇଁ ସଠିକ ସୂଚନା ପାଇବା ଓ ବୈଜ୍ଞାନିକଙ୍କ ପରାମର୍ଶ ବେଶ୍ ଜରୁରୀ ବୋଲି ମତ ଦିଅନ୍ତି ଅମର ।

ଦିନ ଥିଲା ଅମର ଚାଷ ସମ୍ପର୍କିତ ସଠିକ୍ ସୂଚନା ପାଇପାରୁ ନ ଥିଲେ । ରୋଗପୋକ ଦମନ ପାଇଁ ନିକଟସ୍ଥ ବଜାରରୁ ଭୁଲ ଔଷଧ ଆଣି ଫସଲରେ ପ୍ରୟୋଗ କରି କ୍ଷତିରେ ପଡୁଥିଲେ । ତା ସାଙ୍ଗକୁ ଅମଳ ବି କମ୍ ହେଉଥିଲା । ମାତ୍ର ୨୦୧୯ ଜୁନ ମାସରେ ସେ ରିଲାଏନ୍ସ ଫାଉଣ୍ଡେସନର କୃଷି ସମ୍ପର୍କୀତ ମୋବାଇଲ ଭଏସ ମେସେଜ, ସମ୍ବାଦ ଖବର କାଗଜ ମାଧ୍ୟମରେ ଦୈନିକ ସ୍ଥାନୀୟ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ତଥା ୧୮୦୦-୪୧୯-୮୮୦୦ ନିଃଶୁଳ୍କ ହେଲ୍ପ ଲାଇନରେ ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ସମ୍ପର୍କରେ ଜାଣିବାକୁ ପାଇଲେ । ଏହା ପରେ ସେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ମୁଗ,ବାଇଗଣ,ଲଙ୍କା ଫସଲରେ ବେଶ୍ ଲାଭାନ୍ୱିତ ହୋଇଥିଲେ । ଏହା ପରେ ସେ ନୂତନ ବୈଜ୍ଞାନିକ କୌଶଳରେ ଆଳୁ ଓ ପିଆଜ ଚାଷ ବିଷୟରେ ଜାଣି ପାରିଥିବା କହିଛନ୍ତି ।

ଗତ ଖରିଫ ଋତୁରେ ଅମରଙ୍କ ଦେଢ ଏକର ଜମିରେ ମୁଗ ଚାଷରେ ସାହାବି ରୋଗ ଏବଂ ଅଧ ଏକର ବାଇଗଣ ଚାଷରେ ଫଳବିନ୍ଧା ପୋକ ହୋଇଥିଲା । ସେ ସଙ୍ଗେ ସଙ୍ଗେ ରିଲାଏନ୍ସ ଫାଉଣ୍ଡେସନ ଦେୟ ମୁକ୍ତ ନମ୍ବରରେ କଲ କରି କୃଷି ବିଶେଷଜ୍ଞ ପର।ମର୍ଶ ନେଇଥିଲେ । ପରାମର୍ଶ ଅନୁଯାୟୀ କାମ କରିବା ପରେ ସେ ମୁଖ ଚାଷରୁ ୫୦୦୦୦ ରୁ ୬୦୦୦୦ ଟଙ୍କା ଲାଭ ପାଇଛନ୍ତି । ଏଥି ସହ ବାଇଗଣ ନଷ୍ଟ ହେବାରୁ ବଞ୍ଚେଇ ପାରିଛନ୍ତି । ଗତ ବର୍ଷ ମଧ୍ୟ ତାଙ୍କର ଅଧ ଏକର ଲଙ୍କା ଚାଷରେ ଫୁଲ ଫଳ ଝଡି ଯାଉଥିଲା ଏବଂ ପତ୍ର ମୋଡିହୋଇ ଯାଉଥିଲା । ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ସଠିକ ପରାମର୍ଶ ପରେ ସେ ଲଙ୍କାଚାଷରେ ୧୦ ରୁ ୧୫ ହଜାର ଟଙ୍କା ଲାଭ ପାଇଛନ୍ତି । କେବଳ ଏତିକି ନୁହେଁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେ କିଛି ଜୈବିକ ଓ ରାସାୟନିକ ଖତ ପ୍ରୟୋଗ କରିବା ଦ୍ଵାରା ଆଳୁ ଏବଂ ପିଆଜ ଚାଷରେ ମଧ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିଛନ୍ତି ।

ଅମରଙ୍କୁ ଘରେ ବସି ସହଜରେ ଚାଷ ସମ୍ବନ୍ଧୀୟ ସୂଚନା ଓ ପରାମର୍ଶ ମିଳୁଥିବାରୁ ସେ ରିଲାଏନ୍ସ ଫାଉଣ୍ଡେସନର ସମସ୍ତ ବିଶେଷଜ୍ଞ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭବିଷ୍ୟତରେ ମଧ୍ୟ ସେ ଓ ତାଙ୍କ ଭଳି ଅନ୍ୟ ଚାଷୀ ଭାଇମାନେ ରିଲାଏନ୍ସ ଫାଉଣ୍ଡେସନରୁ ଏହିପରି ସହାୟତା ପାଇବେ ବୋଲି ଆଶା ରଖିଛନ୍ତି ଅମର ।

ଚାଷୀଟିଏ ବର୍ଷ ସାରା ବିଭିନ୍ନ ପ୍ରକାର ଚାଷ କରେ ଆଉ ଆଶା ରଖେ ତା କ୍ଷେତରେ ଫସଲ ହସିଉଠୁ । ଆଉ ସେ ଭଲ ଦିନ ପଇସା ରୋଜଗାରକୁ । କିନ୍ତୁ ଅନେକ ସମୟରେ କୃଷି ସମ୍ବନ୍ଧୀୟ ସଠିକ ସୂଚନା ଓ ବିଶେଷଜ୍ଞଙ୍କ ପରାମର୍ଶ ମିଳିପାରୁ ନ ଥିବାରୁ ଚାଷୀଟିଏ ଅସୁବିଧାର ସମ୍ମୁଖୀନ ହୁଏ ।

ଏପରିକି ଫସଲ ହାନୀ ଯୋଗୁଁ ଚାଷୀ ଆର୍ଥିକ ସଙ୍କଟର ମଧ୍ୟ ସମ୍ମୁଖୀନ ହୁଏ । ତେଣୁ କୃଷି ସୂଚନା ଓ ପରାମର୍ଶ ସଠିକ ସମୟରେ ଡିଜିଟାଲ ସେବା ଜରିଆରେ ଚାଷୀ ଭାଇମାନଙ୍କ ନିକଟରେ ନିଃଶୁଳ୍କରେ ପହଞ୍ଚାଇବା ରିଲାଏନ୍ସ ଫାଉଣ୍ଡେସନର ଏହା ଏକ ଅଭିନବ ପ୍ରୟାସ । ମୋବାଇଲ ଭଏସ ମେସେଜ, ସମ୍ବାଦ ଖବର କାଗଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପ ଲାଇନରେ ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ତଥା ଅଡିଓ/ ଭିଡିଓ କନଫେରେନ୍ସ କାର୍ଯ୍ୟକ୍ରମ ଆଦି ଚାଷୀ ଓ ଗୋପାଳକ ଭାଇମାନଙ୍କୁ ସାହାଯ୍ୟ କରୁଛି ।

Leave A Reply

Your email address will not be published.