Latest Odisha News

BREAKING NEWS

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ  : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ ହୋଇଥିବାରୁ ମଙ୍ଗଳବାର ଏହାର ଶୁଣାଣି କରାଯିବ ।

ଏହି ମାମଲାରେ ଆଜି ସାକ୍ଷ୍ୟଗ୍ରହଣ କରାଯିବ। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟଗ୍ରହଣ କରାଯିବ । ସୋମବାର ଏହି ପ୍ରକ୍ରିୟା ଅଧା ରହିଥିଲା। ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସ ରେ ଦିପୁ ଓ ଓମଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା।

ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନାଧିକାରୀ ଘଟଣାର ତଦନ୍ତ କରୁଥିଲେ।  ଦିପୁ-ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷ୍ୟ ଗ୍ରହଣ ବୋଲି ଜଣାପଡିଛି।

Leave A Reply

Your email address will not be published.