Latest Odisha News

BREAKING NEWS

ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ,ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାର ୪ ବର୍ଷ ପାଇଁ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି(ନାଡା) ଓ ଏଡିଏପି ଡୋପିଂ ନିୟମ ଉଲ୍ଲଂଘନ କରିବା ନେଇ ୨ ଜଣ ଭାରତୀୟ ଆଥଲେଟଙ୍କୁ ଦଣ୍ଡିତ କରିଛନ୍ତି । ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ବର୍ଷ ଏବଂ ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଗତ ବର୍ଷ ନାଡା ପ୍ରତିବନ୍ଧିତ ଡ୍ରଗ୍ସ ଷ୍ଟେରଏଡ ମ୍ୟାଥେଡିଏନୋ ବ୍ୟବହାର ନେଇ ବନବୀରଙ୍କୁ ୨୩ ଡିସେମ୍ବର ୨୦୨୪ରୁ ୫ ବର୍ଷ ପାଇଁ ବାସନ୍ଦ କରିଥିଲା । ଅପିଲ ପ୍ୟାନେଲ ଏବେ ଏହାକୁ ୭ ବର୍ଷ କରିଦେଇଛି । ସବୁଠାରୁ ବୟସ୍କ ଭାରତୀୟ ଖେଳାଳି ଭାବେ ବନବୀ ବାସନ୍ଦ ହୋଇଛନ୍ତି ।

୨୦୨୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରିରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ଡିଷ୍ଟାନ୍ସ ରନର ହରେନ୍ଦ୍ରଙ୍କୁ ଅଗଷ୍ଟ ୨୦୨୨ରେ ଡର୍ବିପୋଏଟିନ ସେବନ କରି ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଏହି ଦୁଇ ଖେଳାଳିଙ୍କ ଯୋଗୁ ଭାରତ ମାନ ହାନି ହୋଇଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ନାଡା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.