ଭଦ୍ରକ: ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି। ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚରମ୍ପା ନିକଟସ୍ଥ ଧାମରା ରେଳ ଲାଇନ ପାଖରେ ମଧ୍ୟ ରାତ୍ରିରେ ପହଞ୍ଚି ଜିଲ୍ଲାପାଳ ଓ ଏସପି ଚଢ଼ାଉ କରିଛନ୍ତି। ମାଟି ଉତ୍ତଳନ ସ୍ଥାନରୁ ଗୋଟିଏ ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି। ୨ ଜଣ ଅଟକ ରହିଛନ୍ତି।
ସୂଚନାନୁସାରେ ଗତ କିଛି ଦିନ ହେବ ଛୁଟି ଦିନରେ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ କୌଣସି ସୂତ୍ରରୁ ଖବର ପାଇଥିଲେ। ତେଣୁ ସେମାନଙ୍କୁ ଧରିବା ପାଇଁ ଜିଲ୍ଲାପାଳ ଭଦ୍ରକ ଏସପିଙ୍କ ସହିତ କଥା ହୋଇ ଯୋଜନୀ କରିଥିଲେ। ସେହି ଅନୁଯାୟୀ ରବିବାର ମଧ୍ୟ ରାତ୍ରରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ପୋଲିସ ଫୋର୍ସ ଏବଂ ମାଇନିଂ ଅଫିସରଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ମାଟି ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି ଚଢ଼ାଉ କରିଥିଲେ ।
ତେବେ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖି ମାଟି ଚାଲାଣ କରୁଥିବା ମାଫିଆ ମାନେ କୌଶଳ କ୍ରମେ ସେଠାରୁ ଫେରାର ହୋଇ ଯାଇଥିଲେ। ବାଲି ପରେ ଏବେ ମାଟି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ପାଇଁ ଏପରି ଚଢ଼ାଉ ମଧ୍ୟ ରାତ୍ରରେ ହୋଇ ଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।
Comments are closed.