Latest Odisha News

BREAKING NEWS

ଆରମ୍ଭ ହୋଇଛି ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା, ଲୋକାରଣ୍ୟ ଗୋପାଳପ୍ରସାଦ

ତାଳଚେର: ସମଗ୍ର ଭାରତରେ ଏମିତି ଏକ ପୀଠ ଅଛି ଯେଉଁଠି ଭକ୍ତଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ନାଁ ଥାଏ ପୂଜକର ମନ୍ତ୍ର ଧ୍ବନି ନା କୈଣସି ପ୍ରତିବନ୍ଧକ । ଏହି ପୀଠ ସହ ସିଧାସଳଖ ରହିଛି ଶ୍ରୀକ୍ଷେତ୍ରର ସମ୍ପର୍କ । ବିଶ୍ବାସ ରହିଛି ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ଏଠାରେ ବିଜେ ହୁଅନ୍ତି । ଆଉ ଏହି ପୀଠ ହେଉଛି ଓଡିଶାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର । ବିଷ୍ଣୁ ଦମନଙ୍କ ଚତୁର୍ଦଶୀରେ ମାଙ୍କୁ ଅଗ୍ନିରୂପରେ ପୂଜା କରାଯାଏ ।

ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରା ଉତ୍ସବ ଆରମ୍ଭ ହୋଇଛି । ଏଥିପାଇଁ ମାଆଙ୍କ ମନ୍ଦିରସ୍ଥଳୀ ଗୋପାଳଗଡ ଏବେ ଉତ୍ସବ ମୁଖରିତ । ବିଷ୍ଣୁ ଦମନଙ୍କ ଚତୁର୍ଦଶୀ ଥିବାରୁ ମାଆଙ୍କ ବାର୍ଷିକ ଉତ୍ସବ ଆୟୋଜିତ ହେଉଛି । ବଢି ଭୋରୁ ଯଥା ରୀତି ଶ୍ରାବରୀ ମନ୍ତ୍ରରେ ମାଆଙ୍କୁ ଆବାହନ କରାଯାଇଛି । ଅଗ୍ନି ରୂପରେ ପ୍ରକଟିତ ମାଆ ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷ ଘର ଛାଡି ବିଜେ ହୋଇ ଭକ୍ତମାନଙ୍କଠାରୁ ନୈବେଦ୍ୟ ଗ୍ରହଣ କରିନ୍ତି ବୋଲି ବିଶ୍ବାସ ରହିଛି ।

୯ଦିନ ଆଗରୁ ଜନ୍ତାଳ ପୂଜାରେ ମାଆ ଅଗ୍ନିରୂପରେ ସ୍ବୟଂ ପ୍ରକଟ ହୁଅନ୍ତି । ଚୈତ୍ର ମାସର ବିଷ୍ଣୁ ଦମନଙ୍କ ଚତୁର୍ଦଶୀରେ ହିଁ ଆୟୋଜିତ ହୁଏ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଶ୍ରୀକ୍ଷେତ୍ର ପରି ଏଠାରେ ମଧ୍ୟ ନବ ଦିନାତ୍ମକ ଯାତ୍ରା ଅନୁଷ୍ଠିତ ହୁଏ । ପରମ୍ପରା ଅନୁଯାଇ ଦିଅଁ ଘରୁ ପଟୁଆରରେ ଆଲମ ଅଣାଯାଇ ପତିଆରା ପୂଜା କରାଯାଏ । ମାଆଙ୍କର ଏହି ପୂଜା ଉତ୍ସବ ଦେଖିବା ପାଇଁ ବହୁ ଦୂରାନ୍ତରୁ ଭକ୍ତ ଛୁଟି ଆସନ୍ତି । ବିଶ୍ବାସ ରହିଛି ଏଠାରେ ଯିଏ ଯାହା ମନାସିକ କରିଥାଏ ତାହା ପୁରଣ ହୁଏ । ପୂଜା ପାଇଁ ଏଥର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.