Latest Odisha News

ପ୍ରଧାନଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବାରୁ ଛାତ୍ରୀଙ୍କ ଆଗରେ ଗାଳିକଲେ ଜିଲ୍ଲାପାଳ, ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ପାଟଣା: ବିହାରର ଏକ ସ୍କୁଲର ପ୍ରଧାନ ଶିକ୍ଷକ ପିନ୍ଧିଥିବା ପୋଷାକକୁ ଦେଖି ଜିଲ୍ଲାପାଳ ଚିହିଁକି ଉଠିଛନ୍ତି। ପ୍ରଧାନଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବା ଦେଖି ଲଖିସରାଇ ଜିଲ୍ଲାପାଳ ରାଗିଯାଇଥିଲେ। ପରେ ପ୍ରଧାନଶିକ୍ଷକ ନିର୍ଭୟ କୁମାର ସିଂହଙ୍କ ବେତନ ବା ଦରମା ବନ୍ଦ କରିଦେଇଛନ୍ତି। ଜିଲ୍ଲାପାଳ ସଞ୍ଜୟ କୁମାର ସିଂହ ସ୍କୁଲ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବାରୁ ଛାତ୍ରୀଙ୍କ ଆଗରେ ଜିଲ୍ଲାପାଳଙ୍କ ଆଗରେ ଅପଦସ୍ତ ହୋଇଛନ୍ତି। ପରେ ଉଚ୍ଚ ଶିକ୍ଷା ଅଧିକାରୀଙ୍କୁ ଡାକି ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବିହାରର ଲଖିସରାଇ ଜିଲ୍ଲାର ଜିଲ୍ଲାପାଳ ସଞ୍ଜୟ କୁମାର ସିଂହ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କୁର୍ତ୍ତା ପାଇଜାମା ପିନ୍ଧିବାକୁ ନେଇ ଗାଳିଗୁଲଜ କରୁଛନ୍ତି । ଏବଂ ଶିକ୍ଷକଙ୍କ ଏପରି ପୋଷାକ ଜଣେ ରାଜନେତା ଭଳି ଦେଖାଯାଉଛି ବୋଲି ଜିଲ୍ଲାପାଳ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସରକାରୀ ନିର୍ଦ୍ଦେଶରେ ଜିଲ୍ଲାପାଳ ସ୍କୁଲର ତଦାରଖ କରିବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଜିଲ୍ଲାପାଳ ସ୍କୁଲରେ ପହଞ୍ଚିବା ପରେ ପ୍ରଧାନ ଶିକ୍ଷକଙ୍କ ଡ୍ରେସିଂ ଷ୍ଟାଇଲରେ ପ୍ରଭାବିତ ନ ହୋଇ ତାଙ୍କୁ ଏଥିପାଇଁ ଭର୍ତ୍ସନା କରିଥିଲେ। ସ୍ଥାନୀୟ ଏକ ନ୍ୟୁଜ୍ ଚ୍ୟାନେଲରେ ଭିଡିଓରେ ପ୍ରଧାନ ଶିକ୍ଷକ ନିର୍ଭୟ କୁମାର ସିଂହ ଧଳା କୁର୍ତ୍ତା ପାଜାମା ପିନ୍ଧିଥିବା ଦେଖିବାକୁ ମିଳିଛି।

ସ୍କୁଲର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲାପାଳ। ଭିଡିଓରେ ସେ ଶିକ୍ଷା ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଡାକି ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଦାବି କରିଥିଲେ। ଏଥିସହ ଦରମା କାଟିବା ସହ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.