Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ କରୋନା ଟିକାକରଣ ପ୍ଲାନ୍, କେବଳ ଅନଲାଇନ୍ ପଞ୍ଜିକରଣ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ବଣ୍ଟନ କରାଯିବ । ରାଜ୍ୟବାସୀଙ୍କୁ କେମିତି ମିଳିବ ଟିକା । ଏନେଇ ସରକାର ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଛନ୍ତି ଡିଏମ୍‌ଇଟି ସି.ବି.କେ. ମହାନ୍ତି ।

ସେ କହିଛନ୍ତି, ସ୍ପଟ ପଞ୍ଜିକରଣ ହେବ ନାହିଁ । କେବଳ ପୋର୍ଟାଲରେ ପଞ୍ଜିକରଣ ହେବ । ପରିଚୟ ପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ଗୋଟିଏ ସେଣ୍ଟରରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ । ଟିକା କରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟରୁ ବ୍ଳକସ୍ତର ପର୍ଯ୍ୟନ୍ତ ଟାସ୍କ ଫୋର୍ସ ଗଠନ କରାଯାଇଛି ।

ରାଜ୍ୟସ୍ତରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଏ ପର୍ଯ୍ୟାପ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଟିକାକରଣ ପାଇଁ ୩ଲକ୍ଷରୁ ଅଧିକ ଲୋକଙ୍କ ଚିହ୍ନଟ କରାଯାଇଛି । ଟିକା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ବୋଲି ଡିଏମ୍‌ଇଟି ସି.ବି.କେ. ମହାନ୍ତି କହିଛନ୍ତି । ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ପ୍ରାଥମିକତା । ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିଙ୍କୁ ବି ପ୍ରଥମେ ମିଳିବ ।

Leave A Reply

Your email address will not be published.