Latest Odisha News

BREAKING NEWS

ଦକ୍ଷିଣ ଭାରତର ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ଆତ୍ମହତ୍ୟା ଘଟଣାରେ ପତି ହେମନ୍ତନାଥ ଗିରଫ

ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରା ଆତ୍ମହତ୍ୟା ଘଟଣାରେ ଚେନ୍ନାଇ ପୋଲିସ ପତି ହେମନ୍ତନାଥଙ୍କୁ ଗିରଫ କରିଛି । ହେମନ୍ତ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଆତ୍ମହତ୍ୟା କରିବା ନେଇ ଉସୁକାଉଥିବା ଜଣାପଡିଛି । ପୋଲିସ ଏବେ ହେମନ୍ତ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗିଛି । ଟିଭି ସିରିୟଲରେ ଅନ୍ତରଙ୍ଗ ଦୃଶ୍ୟ ନ କରିବାକୁ ଚିତ୍ରାଙ୍କ ଉପରେ ହେମନ୍ତ ଚାପ ପକାଉଥିଲେ ।

ଚିତ୍ରାଙ୍କ ମାଆ ବିଜୟା ଉପରୋକ୍ତ ଅଭିଯୋଗ ଆଣିଛନ୍ତି । ୨ ମାସ ତଳେ ଚିତ୍ରା ଏବଂ ହେମନ୍ତ ବିବାହର ରେଜିଷ୍ଟ୍ରେଶନ କରିଥିଲେ । ଡିସେମ୍ବର ୯ରେ ଏକ ହୋଟେଲରେ ଚିତ୍ରାଙ୍କ ମୃତ ଶରୀର ମିଳିଥିଲା । ସେ ଭିତରୁ କବାଟ ବନ୍ଦ କରି ପଙ୍ଖାରେ ଫାଶି ଲଗାଇଥିଲେ । ପ୍ରାରମ୍ଭିକ ତଦନ୍ତରେ ପୋଲିସ ଏହାକୁ ଆତ୍ମହତ୍ୟା ଘୋଷଣା କରିଥିଲା ।

Leave A Reply

Your email address will not be published.