ଭୁବନେଶ୍ୱର: ଡିଏମକେର ବରିଷ୍ଠ ନେତା ଟିଆରବି ରାଜା ଏବଂ ଦୟାନିଧି ମାରନ ମଙ୍ଗଳବାର ଦିନ ଭୁବନେଶ୍ୱରରେ ବିଜେଡି ସଭାପତି ତଥା ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଡିଏମକେ ନେତାମାନେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିବା ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ବାର୍ତ୍ତା ନେଇ ଆସିଥିଲେ। ସେମାନେ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ରର ପ୍ରସ୍ତାବ ବିରୁଦ୍ଧରେ ମିଳିତ କାର୍ଯ୍ୟ କମିଟି (ଜେଏସି)ର ଅଂଶ ହେବାକୁ ବିଜେଡି ସଭାପତିଙ୍କୁ ଅନୁରୋଧ କରିଛନ୍ତି।
ତେବେ ବୈଠକ ପରେ ମାର୍ଚ୍ଚ ୨୨ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ନବୀନ।
ତେବେ ଡିଏମକେ ନେତାମାନେ ଦୁଇ ଦିନିଆ ଓଡିଶା ଗସ୍ତ ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବାର ସମ୍ଭାବନା ରହିଛି। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଡିଏମକେ କେବଳ ବିରୋଧୀ ନେତାଙ୍କ ସହିତ ନୁହେଁ ବରଂ ଚନ୍ଦ୍ରବାବୁ ନାଇଡୁଙ୍କ ପରି ଏନଡିଏ ମେଣ୍ଟର ନେତାମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରୁଛି। ଆହୁରି ମଧ୍ଯ ଦଳ ପକ୍ଷରୁ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଉଛି।
Comments are closed.