Latest Odisha News

BREAKING NEWS

ମରିସସରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ, ବିହାରୀ ସଙ୍ଗୀତରେ କମ୍ପିଲା ରାସ୍ତାଘାଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ମୋଦୀ ଆଜିଠୁ ୨ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ୩୪ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ମୁହୂର୍ତ୍ତଟି ଭାରତ ଏବଂ ମରିସସ ମଧ୍ୟରେ ଉତ୍କୃଷ୍ଟ ଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିଥିଲା।

ମରିସସରେ ପହଞ୍ଚିବା ପରେ ବିହାରୀ ସଙ୍ଗୀତରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ବିହାରର ପାରମ୍ପରିକ ଗୀତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରାଯାଇଥିଲା । ପ୍ରଥମେ ବିମାନବନ୍ଦରରେ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ସ୍ଵାଗତ କରିଥିଲେ । ଏହାପରେ ବାଟେ ବାଟେ ମୋଦୀଙ୍କ ସ୍ବାଗତ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଥିଲା । ରାସ୍ତା ସାରା ମୋଦୀ ମରିସସରେ ରହୁଥିବା ଭାରତୀୟଙ୍କୁ ଭେଟିଥିଲେ, ସେମାନଙ୍କ ସହ ହାତ ମିଳାଇଥିଲେ ଏବଂ କଥା ହୋଇଥିଲେ । ଅନ୍ୟପଟେ ତ୍ରିରଙ୍ଗା ପତାକା ଧରି ଭାରତୀୟ ପ୍ରବାସୀମାନେ ମୋଦୀଙ୍କୁ ସ୍ବାଗତ କରିଥିବା ବେଳେ କୁନିକୁନି ପିଲାଙ୍କ ସହ ହାତ ମିଳାଇ ଖୁସି ହୋଇଥିଲେ ମୋଦୀ । ମୋଦୀଙ୍କ ସ୍ଵାଗତର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହିରଖୁଛୁ ଯେ, ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ୩ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମୋଦୀଙ୍କ ଏହି ଗସ୍ତ ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ।

Comments are closed.