Latest Odisha News

BREAKING NEWS

ମହାଶିବରାତ୍ରୀରେ କରନ୍ତୁ ଏହି ୫ଟି ଦାନ, ମିଳିବ ଶୁଭଫଳ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ତାରିଖରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ । ଭକ୍ତମାନେ ଦିନ ସାରା ଉପବାସ କରି ରାତିରେ ଜାଗର ଦୀପ ଜାଣିଥାଆନ୍ତି । ବିଶ୍ଵାସ କରାଯାଏ ଯେ, ଭଗବାନ ଶିବଙ୍କୁ ଅତି ନିଷ୍ଠା ଓ ସହୃଦୟରେ ପୂଜା କଲେ ମହାଦେବ ସମସ୍ତଙ୍କ ମନବାଞ୍ଛା ପୁରଣ କରିଥାଆନ୍ତି । ଲୋମମାନେ ବିଭିନ୍ନ ମାନସିକ ରଖି ମହାଶିବରାତ୍ରୀ ପୂଜା କରିଥାଆନ୍ତି । ସେଥିପାଇଁ ବିଭିନ୍ନ ପ୍ରାକାରର ପୂଜା କରିବା ସହ ଅନେକ ଦାନ ଧର୍ମ ମଧ୍ୟ କରିଥାଆନ୍ତି । ଏହି ଦିନ ଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ମହାଶିବରାତ୍ରୀ ଦିନ କେଉଁ ବିଶେଷ ଜିନିଷ ଦାନ କରିପାରିବେ ।

ମହାଶିବରାତ୍ରୀ ଦିନ ଗାଇମାନଙ୍କୁ ରୁଟି ଏବଂ ଚାରା ଖାଇବାକୁ ଦିଅନ୍ତୁ । ଗାଇକୁ ଗୋମାତା ବୋଲି କୁହାଯାଏ । ତେଣୁ ପ୍ରତିଦିନ ଗୋମାତାଙ୍କୁ ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଯଦି ଆପଣ ମହାଶିବରାତ୍ରୀ ଦିନ ଗୋମାତାଙ୍କୁ ଏହି ଖାଦ୍ୟ ଖାଇବାକୁ ଦିଅନ୍ତି ତେବେ ମହାଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ଭୋଳାନାଥଙ୍କ ସବୁଠାରୁ ପ୍ରିୟ  କ୍ଷୀର । ତେଣୁ ଏହି ଦିନ କ୍ଷୀର କିମ୍ବା କ୍ଷୀର ଜାତୀୟ ପଦାର୍ଥ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବାଚନା କାରାଯାଏ । ଏହି ଦିନ ଘରେ ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ମହାଦେବଙ୍କ ଆଶୀର୍ବାଦ ମିଳିବ ।

ମହାଶିବରାତ୍ରୀ ଦିନ ମିଠା ଖାଦ୍ୟ ଯେପରି ଲଡୁ କିମ୍ବା ବିଭିନ୍ନ ପ୍ରକାରର ମିଠା, ଚିନି, କ୍ଷୀରି ଇତ୍ୟାଦି ମିଠା ଜିନିଷ ଦାନ କରନ୍ତୁ । ଏହାଦ୍ଵାରା ଜୀବନରେ ସୁଖ, ସମୃଦ୍ଧତା ବୃଦ୍ଧି କରିବା ସହ ପରିବାରରେ ଶାନ୍ତି ବଜାୟ ରଖିବ । ମହାଶିବରାତ୍ରୀ ଦିନ, ବ୍ୟକ୍ତି ଶନି ଦେବଙ୍କ ସହ ଜଡିତ କଳା ଜିନିଷ ଦାନ କରିବା ଉଚିତ୍ । ଯଦି ଆପଣ ଏହି ଦିନ ରାଶିତେଲ ଦାନ କରନ୍ତି, ତେବେ ଶନି ଦେବଙ୍କ ଆଶୀର୍ବାଦ ବର୍ଷସାରା ଆପଣଙ୍କ ଉପରେ ରହିବ । ମହାଶିବତ୍ରୀରେ ଗରୀବ ଲୋକଙ୍କୁ ପୋଷାକ ଏବଂ ଖାଦ୍ୟ ଦାନ କରୁବା ଉଚିତ୍। ଏହାଦ୍ଵାରା ମହାଦେବ ସନ୍ତୁଷ୍ଟ ହେବା ସହ ଆପଣଙ୍କ ପରିବାରରେ ସୁଖ ବଜାୟ ରହିଥାଏ ।

Leave A Reply

Your email address will not be published.