Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବିଲ୍‌ ପାସ କରିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ଇଏସଆଇ ମେଡିକାଲର ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ ।

ଖବର ମୁତାବକ, ବିଶ୍ୱନାଥ ସିଂହ ଦୁର୍ଘଟଣାରେ ଆହତ ହୋଇ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରିପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଦେଖା କରିଥିଲେ ।

ଅଭିରାମଙ୍କ କହିବାନୁଯାୟୀ, ସେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ । ହେଲେ ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ବିଶ୍ବାନାଥ ଭିଜିଲାନ୍ସରେ ଜଣାଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ବିଶ୍ବନାଥ ଲାଞ୍ଚ ଦେବା ବେଳେ ଚଢାଉ କରିଥିଲେ ଭିଜିଲାନ୍ସ ଅଧିକାରୀ । ଟଙ୍କା ଜବତ ସହ ଅଭିରାମ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.