Latest Odisha News

BREAKING NEWS

ଏମିତି କୁକୁର, ଯିଏ ମାଲିକଙ୍କୁ ଦିଏ ଅର୍ଡ଼ର

କାଲିଫର୍ନିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ପରିବାର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ତାଙ୍କ ପ୍ରିୟ କୁକୁରକୁ ସାଥୀରେ ମଧ୍ୟ ନେଇ ଯାଇଥାନ୍ତି । ଆଉ କିଛି ଲୋକ ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୌଶଳ ତାଲିମ ମଧ୍ୟ ଦେଇଥାନ୍ତି । ଏମିତି କି ସେମାନଙ୍କୁ କିଛି ଆଦେଶ ଅନୁସରଣ କରିବାକୁ ମଧ୍ୟ ଶିଖାଯାଏ । କିନ୍ତୁ ଏମିତି ଏକ କୁକୁର ଅଛି, ଯିଏ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥାଏ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟକା ଲାଗିପାରେ । କିନ୍ତୁ ଘଟଣାଟି ସତ ।

୩୧ ବର୍ଷିୟା ଶିନା ଶାହା ନାମକ ଜଣେ ମହିଳା ଆମେରିକାର କାଲିଫର୍ନିଆରେ ରୁହନ୍ତି । ସେ ଜଣେ ଡାକ୍ତର ସହାୟକ । ଘରେ କୁକୁର ରଖିବାକୁ ବହୁତ ଭଲ ପାଆନ୍ତି । ସେଥିଲାଗି ସେ ତାଙ୍କ ଘରେ ଗୋଟେ କୁକୁର ପାଳିଛନ୍ତି । ସେ ତାର ଯତ୍ନ ବି ଭଲରେ ନେଇଥାନ୍ତି । ଯୁଆନେ ଯାଆନ୍ତି ସାଙ୍ଗରେ ତାକୁ ନେଇ ଯାଇଥାନ୍ତି । ତାଙ୍କ କୁକୁରର ବୟସ ମାତ୍ର ୩ ବର୍ଷ ଏବଂ ଏହାର ନାମ ନୀଳମଣି । ତାଙ୍କ କୁକୁରକୁ ଏପରି ତାଲିମ ଦେଇଛନ୍ତି ଯେ ସେ ଜଣେ ବସ୍ ପରି ଆଦେଶ ଦେଇଥାଏ । ଶିନାଙ୍କ ପୋଷା କୁକୁର ନୀଳମଣି ତାଙ୍କ ସ୍ୱାମୀଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛି । ତାଙ୍କ ସ୍ୱାମୀ କଣ କରୁଛନ୍ତି, ସେଥିଲାଗି ନଜର ମଧ୍ୟ ରଖିଥାଏ । ଶିନା କୁକୁରମାନଙ୍କ ବିଷୟରେ ନୀଳମଣି ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ।

Leave A Reply

Your email address will not be published.