Latest Odisha News

BREAKING NEWS

ରାଜଧାନୀରେ ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି ।

ସତ୍ୟ ନାରାୟଣ ମିଶ୍ର ତାଙ୍କ ଘର ସାମ୍ନାରେ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ୍  ଛଡାଇବାକୁ ଉଦ୍ୟମ କରିଥିଲେ । ସତ୍ୟ ନାରାୟଣ ପ୍ରତିରୋଧ କରିବାରୁ ଦୁର୍ବୁତ୍ତମାନେ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ସତ୍ୟନାରାୟଣ ଖଣ୍ଡା ଛଡାଇବାକୁ ଉଦ୍ୟମ କରିଥିଲେ।

ତେବେ ଲୁଟେରାମାନେ ଚେନ୍ ଛଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଚନ୍ଦ୍ରଶେଖପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି  । ସତ୍ୟ ନାରାୟଣ ଛଡାଇ ଆଣିଥିବା ଖଣ୍ଡାକୁ ପୋଲିସକୁ କରିଛି  । ଲୁଟେରାଙ୍କ ଆକ୍ରମଣରେ ଇଞ୍ଜିନିୟରଙ୍କ ଦୁଇ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

Leave A Reply

Your email address will not be published.