Latest Odisha News

ଆସନ୍ତାକାଲିଠୁ ଗହିରମଥା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

ରାଜନଗର: ସୋମବର ଅର୍ଥାତ୍ କାଲିଠୁ ଆରମ୍ଭ ହେବ ଡଲଫିନ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନ ଧରି ଅର୍ଥାତ୍ ୨୭, ୨୮ ଓ ୨୯ ଯାଏଁ ଡଲଫିନ୍ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ ।

ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା ଓ ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଭିତରକନିକା ସଲଗ୍ନ ନଦୀ, ନାଳ ଓ ସମୁଦ୍ରରେ ୫ ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ୨୦୧୫ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି ।

Comments are closed.