Latest Odisha News

BREAKING NEWS

‘ଡନ୍‌-୩’ରେ ରଣବୀରଙ୍କ ଏଣ୍ଟ୍ରି, ଆସିଲା ଦମଦାର ଟିଜର

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ। ଆସିଲା ‘ଡନ୍‌-୩’ର ଦମଦାର ଟିଜର। ଡନ୍ ଭୂମିକାରେ ନଜର ଆସିବେ ବଲିଉଡ ସୁପରଷ୍ଟାର ରଣବୀର ସିଂ। ଫିଲ୍ମର ଟିଜର ସହ ରଣବୀରଙ୍କ ପ୍ରଥମ ଲୁକ୍ ହେଲା ରିଲିଜ। ଫିଲ୍ମକୁ ନେଇ ଥିଲା ଅନେକ ସସପେନ୍ସ। ଚାଲିଥିଲା ଅନେକ ବାଦ ବିବାଦ। ଏବେ ଟିଜର ରିଲଜ ହେବା ପରେ ରଣବୀର ସିଂଙ୍କ ନାଁରେ ମୋହର ଲଗାଇଛନ୍ତି ନିର୍ମାତା।

ମଙ୍ଗଳବାର ଫିଲ୍ମ ଡନ୍‌-୩ର ଘୋଷଣା କରିଥିଲେ ନିର୍ଦ୍ଦେଶକ ଫରହାନ ଅଖତର। ଏହି ଫିଲ୍ମରେ ଡନ୍ ଭୂମିକାରେ ଶାହାରୁଖ ଖାନ ନଜର ନ ଆସିବା ନେଇ ଖବର ପ୍ରସାରିତ ହୋଇଥିଲା। ସେହି ସମୟ ପର୍ଯ୍ୟନ୍ତ କାଷ୍ଟକୁ ନେଇ କୌଣସି ଖୁଲାସା ହୋଇନଥିଲା। ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଆଜି ଟିଜର ରିଲିଜ ହେବା ପରେ ଡନ୍‌-୩ ର ୩ୟ ଡନ ରଣବୀର ସିଂ ହେବା ନେଇ ଆଜି ସ୍ପଷ୍ଟ ହୋଇଛି।

ନିର୍ଦ୍ଦେଶକ ସୋସିଆଲ ମିଡିଆରେ ୧ ମିନିଟ ୪୦ ସେକେଣ୍ଡର ଫିଲ୍ମ ଟିଜର ସେୟାର କରିଛନ୍ତି। ଏଥିରେ ରଣବୀର ସିଂଙ୍କ ଦମଦାର ଡାଇଲଗ କହିବା ସହ ସିଗାରେଟ ପିଇବା ଷ୍ଟାଇଲ ଦେଖିବାକୁ ମିଳିଛି। ଏହି ଫିଲ୍ମକୁ ଫରହାନ ଅଖତର ନିର୍ଦ୍ଦେଶନା ଦେବା ସହ ଏହାକୁ ସେ ଲେଖିଛନ୍ତି। ଏହି ଚଳଚ୍ଚିତ୍ର ୨୦୨୫ରେ ରିଲିଜ ହେବ ବୋଲି ଜଣାପଡିଛି।

ଯେତେବେଳେ ସିନେମାରେ ଶାହରୁଖ ଖାନ୍‌ଙ୍କ ସ୍ଥାନରେ ରଣବୀର ସିଂ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ସେହି ସମୟରେ ପ୍ରଶଂସକମାନେ ସୋସିଆଲ ମିଡିଆରେ‘ନୋ ଶାହରୁଖ୍‌, ନୋ ଡନ୍‌’ ଲେଖି ବିରୋଧ କରିଥିଲେ। ‘ଡନ୍‌’, ‘ଡନ୍‌-୨’ରେ ଶାହାରୁଖଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏବେ ‘ଡନ୍‌-୩’ରେ ତାଙ୍କ ବ୍ୟତୀତ ଅନ୍ୟ ଅଭିନେତାଙ୍କୁ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ପ୍ରଶଂସକ କମେଣ୍ଟ କରିଥିଲେ। କୁହାଯାଉଛି ଯେ, ଫରହାନ ଫିଲ୍ମରେ ଶାହାରୁଖଙ୍କୁ ନେବାକୁ ଚାହୁଁଥିଲେ, ହେଲେ ଶାହାରୁଖ ତାଙ୍କର ଅନ୍ୟ ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ତାଙ୍କ ବଦଳରେ ରଣବୀରଙ୍କୁ ଚୟନ କରିଛନ୍ତି।

Leave A Reply

Your email address will not be published.