ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ବିତର୍କରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଡ୍ରଗ୍ସ ନେଇଛନ୍ତି।
ଜାତୀୟ ମତଦାନରେ ବହୁତ ପଛରେ ଥିବା ରିପବ୍ଲିକାନ୍ ନେତା ପ୍ରଥମେ ଫକ୍ସ ନ୍ୟୁଜ୍ ସାକ୍ଷାତକାରରେ କହିଥିଲେ, ଯେ ଡେମୋକ୍ରାଟିକ୍ ବିଡେନଙ୍କ ବିତର୍କରେ ଉନ୍ନତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବିଡେନଙ୍କ ବ୍ୟବହାର ଅଜବ ଥିଲା ।
ବିଡେନଙ୍କ ଏହି ପରିବର୍ତ୍ତନ ପଛରେ କିଛି ରହସ୍ୟ ରହିଥିବା ଟ୍ରମ୍ପ ଦାବୀ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିଡେନ କିଛି ତ ଗୋଟେ ଜିନିଷ ଗ୍ରହଣ କରୁଛନ୍ତି ।
ଟ୍ରମ୍ପଙ୍କ ଅଭିଯୋଗର ଉତ୍ତର ରଖି ଫ୍ଲୋରିଡା ରେଡିଓ ଷ୍ଟେସନକୁ ବିଡେନ କହିଛନ୍ତି ଯେ ମୁଁ ବିତର୍କକୁ ଅପେକ୍ଷା କରିଛି ଏବଂ ଟ୍ରମ୍ପ ଜଣେ ମୂର୍ଖ। ଏଭଳି ମନ୍ତବ୍ୟଗୁଡିକ କେବଳ ଏକ ମୂର୍ଖଙ୍କର ହିଁ ହୋଇପାରେ ବୋଲି ସେ ତାତ୍ସଲ୍ୟ କରି କହିଛନ୍ତି ।
Comments are closed.