Latest Odisha News

BREAKING NEWS

ଜାଣେନି କାହିଁକି ମୋତେ ବିରୋଧି ଦଳ ନେତା କରାଗଲା ନାହିଁ: ଜୟନାରାୟଣ

ଭୁବନେଶ୍ୱର: ବିରୋଧୀ ଦଳ ନେତାଭାବେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଚୟନ ହୋଇନଥିଲେ । ପ୍ରାୟ ତିନି ସପ୍ତାହ ପରେ ଚୁପ୍ ହୋଇ ବସିଥିବା ଜୟନାରାୟଣ ଏନେଇ ଏବେ ମୁହଁ ଖୋଲିଛନ୍ତି ।

“ବିରୋଧୀ ଦଳର ନେତା ପଦବୀ ଲାଗି ଦଳର ସମସ୍ତ ବିଧାୟକମାନେ ମୋ ନାମକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । ଏପରିକି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଧ୍ୟ ଏବିଷୟରେ ମୋତେ ଜଣାଇଥିଲେ । ମାତ୍ର ମୁଁ ଜାଣିପାରୁନି, କାହିଁକି ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି ବଦଳିଗଲା । ଏ ବିଷୟରେ କେନ୍ଦ୍ରୀୟ ନେତାମାନେ ଠିକ୍ କହିପାରିବେ,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ।

ଏସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ନେତାମାନଙ୍କ ପରାମର୍ଶ କ୍ରମେ ବିରୋଧୀ ଦଳର ନେତାଭାବେ ପ୍ରାୟ ମାସକ ଲାଗି ସେ କାର୍ଯ୍ୟ ମଧ୍ୟ କରିଥିଲେ ।

ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କଲା ପରେ ଦଳୀୟ ନେତୃତ୍ୱଙ୍କ ଦ୍ୱାରା ଏନେଇ ସେ କୋଣଠେସାର ଶିକାର ହୋଇଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ହୁଏତ ଏହା ମଧ୍ୟ ହୋଇପାରେ ।

ତାଙ୍କୁ ୨୦୧୭ ମସିହାରେ ଦଳରୁ ନିଲମ୍ବିତ କରାଯାଇଥିଲା, ହୁଏତ ଏହା ଏକ କାରଣ ହୋଇଥାଇପାରେ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେ କିଛି ଭୁଲ୍ କରିନଥିଲେ । “ ଅବଶ୍ୟ ମୋର କିଛି ଭୁଲ୍ ନଥିବାର ପରେ ଦଳ ହୃଦୟଙ୍ଗମ କରିଥିଲା । ”

Leave A Reply

Your email address will not be published.