Latest Odisha News

BREAKING NEWS

ଡ୍ୟୁଟି ବେଳେ ମଦ୍ୟପାନ କରି ୩ କର୍ମଚାରୀ ନିଲମ୍ବିତ

ଯାଜପୁର: ଯାଜପୁର ଜିଲ୍ଲାର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଶୁକ୍ରବାର ଦିନ ଯୋଗାଣ ବିଭାଗର ୩ ଜଣ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ଯୋଗୁଁ ନିଲମ୍ବନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଯୋଗାଣ ବିଭାଗର ଏହି ୩ ଜଣ କର୍ମଚାରୀ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ବେଳେ ଜିଲ୍ଲାପାଳ ଅଚାନକ ପରିଦର୍ଶନ କରିଥିଲେ ।

ଡ୍ୟୁଟି ବେଳେ କାର୍ଯ୍ୟ ନକରି ଆକାଉଣ୍ଟାଣ୍ଟ ଗୌତମ ରାୟ, କ୍ଲର୍କ ଲକ୍ଷ୍ମୀଧର ନନ୍ଦ ଏବଂ ପିଅନ ପ୍ରଭାକର ନାଥଙ୍କୁ ମଦ୍ୟପାନ କରୁଥିବାର ସେ ଦେଖିବାକୁ ପାଇଥିଲେ ।

ଅଫିସ ସମୟରେ ଏହିସବୁ ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲ୍ଲାପାଳ ସୂଚନା ଦେଇ ତୁରନ୍ତ ଏହି ତିନି ଜଣଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।

Leave A Reply

Your email address will not be published.