Latest Odisha News

BREAKING NEWS

ଏହି ୩ଟି ଉପାୟରେ ଦୂର ହୋଇଯିବ ମୁହଁରେ ଡବଲ ଚିନ୍ ସମସ୍ୟା

ବ୍ୟକ୍ତିଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ପରିବର୍ତ୍ତନ ଆସେ। କାହାର ଓଜନ ବୃଦ୍ଧି ହୁଏ ତ ଆଉ କାହାର ତ୍ୱଚାରେ ରିଙ୍କଲ ଆସିଯାଏ। ଆଜିର ସମୟରେ ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ନିୟମିତ ଏକ୍ସରସାଇଜ୍ କରି କିଛି ଲୋକ ପତଳା ମଧ୍ୟ ହୋଇଯାଆନ୍ତି। କିନ୍ତୁ ତ୍ୱଚାର ମୋଟାପଣ ବା ଡବଲ ଚିନ ଲୋକମାନଙ୍କୁ ବେଶି ଚିନ୍ତାରେ ପକାଇଥାଏ। କିଛି ଲୋକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିଜର ତ୍ୱଚାର ମୋଟାପଣକୁ ଦୂର କରିବାକୁ ଚାହାଁନ୍ତି। ଖାଦ୍ୟପାନୀୟରେ ନିୟନ୍ତ୍ରଣ ନରହିଲେ ଏପରି ସମସ୍ୟା ଦେଖାଯାଏ। ତେବେ ଏଥିପାଇଁ ଖାଦ୍ୟ ସହ ବ୍ୟାୟାମର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ଏହି ବ୍ୟାୟାମ ସମ୍ପର୍କରେ।

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣ ନିଜର ତ୍ୱଚାକୁ ପତଳା ଓ ସୁନ୍ଦର ଦେଖିବାକୁ ଚାହୁଁଛନ୍ତି ତେବେ ଯୋଗାସନ କରନ୍ତୁ। ପ୍ରଥମ ଯୋଗାସନ ହେଇଛି ଆକାଶକୁ ଦେଖି ଚୁମ୍ବନ କରିବା। ପ୍ରଥମେ ଆପଣ ନିଜ ଅଣ୍ଟାକୁ ସିଧା କରି ବସନ୍ତୁ। ତାପରେ ଆକାଶକୁ ତଥା ଉପରକୁ ଦେଖି ନିଜ ଓଠକୁ ଆଗକୁ ଟାଣନ୍ତୁ ଓ ପୁଣି ପଛକୁ ଛାଡନ୍ତୁ ଅର୍ଥାତ୍ ଆକାଶକୁ ଚୁମ୍ବନ ଦେବା ଭଳି କରନ୍ତୁ। ଏପରି ୧୦ ଥର କିମ୍ବା ପାଞ୍ଚ ମିନିଟ୍ ଯାଏଁ କରନ୍ତୁ। ଏପରି କଲେ ଆପଣଙ୍କ ତ୍ୱଚାର ଚର୍ବି ଆସ୍ତେ ଆସ୍ତେ ହ୍ରାସ ପାଇବ। ଏହି ଫେସ୍ ଯୋଗାସନକୁ ଲିପ ପୁଲ କୁହାଯାଏ।

ଦ୍ୱିତୀୟ ପର୍ଯ୍ୟାୟରେ ବେକକୁ ବାମ ପାର୍ଶ୍ୱରେ ବୁଲାନ୍ତୁ ଏବଂ ଧିରେ ଧିରେ ନିଶ୍ୱାସ ଛାଡନ୍ତୁ। ପୁଣିଥରେ ବେକକୁ ଛାତି ପଟେ ନିଅନ୍ତୁ ଏବଂ ଧିରେ ଧିରେ ବେକକୁ ଡାହାଣ ପାର୍ଶ୍ୱରେ ବୁଲାନ୍ତୁ। ଏହା ବ୍ୟତୀତ ବେଗକୁ ଆଣ୍ଟିକ୍ଲକ ଅନୁସାରେ ବୁଲାନ୍ତୁ। ଏହାକୁ ନେକ ରୋଲ ଯୋଗାସନ କୁହାଯାଏ। ତୃତୀୟ ପର୍ଯ୍ୟାୟରେ ବେକକୁ ବାମ ଦିଗରେ ବୁଲାଇ ପିଠି ପଟେ ନିଅନ୍ତୁ। ବେକକୁ ଯେତେ ଷ୍ଟ୍ରେଚ୍ କରିପାରିବେ କରନ୍ତୁ ଏବଂ ପୂର୍ବ ପରି ଓଠକୁ ପାଉଟ କରି ଆଗକୁ ଟାଣନ୍ତୁ। ବେକକୁ ଯେତେ ଷ୍ଟ୍ରେଚ୍ କରିବେ ସେତେ ଭଲ ପ୍ରଭାବ ପକାଇବ। ଠିକ ସେହିପରି ବେକକୁ ଡାହାଣ ପଟେ ବୁଲାନ୍ତୁ ଏବଂ ଷ୍ଟ୍ରେଚ କରନ୍ତୁ। ଏହାକୁ ମଧ୍ୟ ୧୦ ଥର କରନ୍ତୁ। ଏହି ତିନୋଟି କ୍ରିୟାକୁ ନିୟମିତ ଭାବରେ ଦୁଇରୁ ତିନିଥର କଲେ, ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ଚେହେରାର ଚର୍ବି କମ ହୋଇଯିବ।

Leave A Reply

Your email address will not be published.