Latest Odisha News

BREAKING NEWS

ଲିକ ହେଲା ଟାଇଗର ୩ର କ୍ଲିପ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବେ ଟାଇଗର ୩ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ଏପ୍ରିଲରେ ରିଲିଜ ହୋଇଥିବା କିସି କେ ଭାଇ କିସି ଜେ ଜାନ ଫିଲ୍ମ ଫ୍ଲପ ହେବା ପରେ ସଲମାନଙ୍କ ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର ୩ରେ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି ମଧ୍ୟରେ କ୍ୟାଟ୍ରିନାଙ୍କ ଏକ ଡ୍ୟାନ୍ସ ଭିଡିଓ ଲିକ ହୋଇଛି । ଏଥିରେ ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କ ସହ ଶୁଟିଂ କରୁଥିବା ଦେଖିବାକୁୂ ମିଳୁଛି । ଏକ ଥା ଟାଇଗରର ଲୋକପ୍ରିୟ ଗୀତ ମାଶାଲ୍ଲାହା ପରି କ୍ୟାଟ୍ରିନାଙ୍କ ଲୁକ ଲାଗୁଛି । ପ୍ରଶଂସକମାନେ ଏହି କ୍ଲିପ ଦେଖିବା ପରେ ବେଶ ଉତ୍ସାହିତ ଅଛନ୍ତି ।

ଟାଇଗର ୩ ଦୀପାବଳୀ ଅବସରରେ ରିଲିଜ ହେବ । ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ପରେ ଟାଇଗର ୩ ସଲମାନଙ୍କ ତୃତୀୟ ସ୍ପାଇ ଥ୍ରୀଲର ହେବ । ଏଥିରେ ଇମ୍ରାନ ହାଶମୀ ଭିଲେନ ଭୂମିକାରେ ଅବତୀର୍ଣ୍ଣ ହେବେ । ମନୀଷ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.