Latest Odisha News

BREAKING NEWS

ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ

ଜୟପୁର:ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି । ଜୟପୁରରେ ବାଘ ଛାଲ କାରବାର ହେଉଥିବା ନେଇ ଖବବ ମିଳିଥିଲା। ଏନେଇ ସ୍ବତନ୍ତ୍ର ଗୋଇନ୍ଦା ଟିମ୍‌ ଚଢାଉ କରି ବାଘ ଛାଲ ସହ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ଇରିଗେଶନ କଲୋନୀ ଅଞ୍ଚଳର ବିଭୁତି ଭୂଷଣ ପାତ୍ର।

ବାଘ ଛାଲ, ଅଭିଯୁକ୍ତ ଓ ଜବତ କାରକୁ ଜୟପୁର ବନାଅଞ୍ଚଳକୁ ହସ୍ତାନର କରାଯାଇଛି ।

ସୂଚନାଥାଉକି,ଜବତ ହୋଇଥିବା ବାଘକୁ ପ୍ରାୟ ୬ ମାସ ଆଗରୁ ହତ୍ୟା କରାଯାଇଥିବାର ସୂଚନା ରହିଛି ।

Comments are closed.