Latest Odisha News

BREAKING NEWS

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର ।

ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ ରହିଛି ଡଙ୍ଗରିଆ ଉନ୍ନୟନ ସଂସ୍ଥା । ଆଦିବାସୀଙ୍କ ଉନ୍ନତି ପାଇଁ ଏହି ସଂସ୍ଥାକୁ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କା ଅନୁମୋଦନ ଆସୁଛି । ହେଲେ ବୋଧ ହୁଏ ଉନ୍ନୟନ ମୂଳକ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହିଛି ।

ବିଷମକଟକ ବ୍ଲକ ପ୍ରଶାସନ କାର୍ଯ୍ୟାଳୟଠାରୁ ମାତ୍ର ୮ କି.ମି ଦୂରରେ ରହିଛି ଡଙ୍ଗରପୋଡା ଗାଁ । ତଥାପି ଏଠି ବସବାସ କରୁଥିବା ୨୫ଟି ପରିବାର ଦୀର୍ଘ ୧୫ ବର୍ଷ ଧରି ସ୍ୱଚ୍ଛ ପାନୀୟ ଜଳ ପାଇବାରୁ ବଂଚିତ ଅଛନ୍ତି । ଏ ନେଇ ଏଠିକାର ଲୋକେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଜଣାଇଛନ୍ତି । ହେଲେ ଆଜି ଯାଏଁ ସ୍ଥାନୀୟ ଲୋକେ ମଶାଣୀ ପାଖରେ ଥିବା ନଈରୁ ଆବର୍ଜନା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲା । ପରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ମିଳିଛି । ହେଲେ ବାସ୍ତବ କ୍ଷେତ୍ରରେ ଏହି ପ୍ରତିଶ୍ରୁତି କେବେ ସତ ପ୍ରମାଣିତ ହେଉଛି, ତାହା ସମୟ କହିବ ।

Leave A Reply

Your email address will not be published.