Latest Odisha News

BREAKING NEWS

ଗଞ୍ଜାମ ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଗଞ୍ଜାମ : ଗଞ୍ଜାମ ପାଟପୁରରୁ ଠାବ ହେଲା ନକଲି ଥଣ୍ଡା ଓ ମୃଦୁ ପାନୀୟ କାରଖାନା । ପୋଲିସର ଚଢ଼ାଉ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କାରଖାନା । ଏହାସହ କୁରକୁରେ କାରଖାନା ମଧ୍ୟ ଠାବ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ ।

ଖବର ପାଇଁ ଆଜି ପାଟପୁର ଥାନା ଖଣ୍ଡଦେଉଳି ଗାଁରେ ଚଢ଼ାଉ କରିଥିଲା ପୋଲିସ । ଏକ ଘରେ ବେଆଇନ ଭାବେ ଏହି କାରଖାନା ଚାଲିଥିଲା । ପୋଲିସ ବିପୁଳ ପରିମାଣର ନକଲି ବ୍ରାଣ୍ଡର ମୃଦୁ ପାନୀୟ, କୁରକୁରେ ସହିତ ପ୍ୟାକିଂ ମେସିନ ଜବତ କରିଛି । ଏହାସହ କିଛି ହୋଲଗ୍ରାମ ମଧ୍ୟ ଜବତ ହୋଇଛି । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ତିନି ବର୍ଷ ପୂର୍ବରୁ ନକଲି ଗୁଟଖା କାରଖାନା ଠାବ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ ।

Leave A Reply

Your email address will not be published.