Latest Odisha News

ଭବିଷ୍ୟତରେ ଏକ ଦିନର ସମୟ ସୀମା ୨୫ ଘଂଟା ହୋଇଯିବ !

ନୂଆଦିଲ୍ଲୀ: ବର୍ତମାନ ବିଶ୍ୱରେ ଗୋଟିଏ ଦିନରେ ୨୪ ଘଂଟା ରହୁଛି । ତେବେ ଭବିଷ୍ୟତରେ ଏହା ୨୫ ଘଂଟା ହୋଇଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଯଦି ସତରେ ଏହା ହେବ ତେବେ ମନୁଷ୍ୟଙ୍କ ପାଖରେ ଦିନକୁ ଅଧିକ ୧ ଘଂଟା ମିଳିଯିବ । ଟେକ୍ନିକାଲ ୟୁନିଭରସିଟି ଅଫ ମ୍ୟୁନିକର ବୈଜ୍ଞାନିକମାନେ ଗବେଷଣା କରି ଏହି ତଥ୍ୟ ପ୍ରଦାନ କରିଛନ୍ତି । ପୃଥିବୀ ଘୁରୁଥିବା ବେଳେ ଏହାର ଶକ୍ତି ତରଳ ଏବଂ ଅନ୍ୟ ପଦାର୍ଥ ଦ୍ୱାରା କିଛି ମାତ୍ରାରେ ବାଧା ସୃଷ୍ଟି କରିଥାଏ । ୨୦୦ ମିଲିୟନ ବର୍ଷ ପରେ ଏହା ୨୫ ଘଂଟାରେ ପଂହଚିଯିବ । ୧.୪ ମିଲିୟନ ବର୍ଷ ପୂର୍ବେ ପୃଥିବୀରେ ଗୋଟିଏ ଦିନର ସମୟ ୨୩ ଘଂଟା ପାଖାପାଖି ରହୁଥିଲା ।

ବୈଜ୍ଞାନିକମାନେ ପୃଥିବୀର ଘୂର୍ଣ୍ଣନ ବେଗ ମାପିବା ପାଇଁ ସ୍ୱତନ୍ତ୍ର ଜ୍ଞାନ କୌଶଳର ବ୍ୟବହାର କରିଥିଲେ । ଲେଜର ଫ୍ରିକ୍ୟୁଏନ୍ସିରେ ଜଣାପଡିଥିଲା ଭୂମଧ୍ୟ ରେଖା ନିକଟରେ ପୃଥିବୀ ପ୍ରତି ଘଂଟାରେ ୧୫ ଡିଗ୍ରୀ ଘୁରିଥାଏ । ନିୟମିତ ଅନୁଧ୍ୟାନ ପରେ ଏଥିରେ ୧ରୁ୩ ମାଇକ୍ରୋହର୍ଟସ ଭିନ୍ନତା ପରିଲକ୍ଷିତ ହୋଇଥିଲା । ସେମାନଙ୍କ ମତରେ ଡାଟା ଯେତେ ସଠିକ ମିଳିବ ଭବିଷ୍ୟବାଣୀ ସେହି ଅନୁସାରେ ଠିକ ଭାବେ କରିହେବ । ଅବଶ୍ୟ ଏବେ ପୂର୍ବଭଳି ଦିନକୁ ୨୪ ଘଂଟା ହେବ । ନିକଟ ଭବିଷ୍ୟତରେ ଏଥିରେ କୌଣସି ପରିବର୍ତନ ହେବାର ପ୍ରଶ୍ନ ଉଠୁନି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.