ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍କା । ସମୁୂଦ୍ର ଭିତରେ ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୧ ରହିଛି । ସମୁଦ୍ର ଭିତରେ ହୋଇଥିବା ଏହି ଭୂକମ୍ପ ଝଟ୍କା ନେଇ ସୂଚନା ଦେଇଛି NCS।
ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଢାକାରେ ମଧ୍ୟ୍ ଅନୁଭୂତ ହୋଇଛି । ଢାକାରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଢାକାର ଦକ୍ଷିଣପଶ୍ଚିମଠାରୁ ୫୩୯ କିମି ଦୂରରେ ରହିଛି । ଏହା କୋକ୍ସ ବଜାରର ଦକ୍ଷିଣ ପୂର୍ବକୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ନାସନାଲ ସେଣ୍ଟର ଫର ସେସମୋଲଜି ପକ୍ଷରୁ ସୂଚନା ମିଳିଛି ।
ଏହାର ପ୍ରଭାବରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି ।
Earthquake of Magnitude:5.1, Occurred on 05-12-2022, 08:32:55 IST, Lat: 19.14 & Long: 89.79, Depth: 10 Km ,Location: Bay of Bengal, India for more information Download the BhooKamp App https://t.co/urXZwR1TPe @Dr_Mishra1966 @Indiametdept @ndmaindia @PMOIndia @Ravi_MoES pic.twitter.com/FoGypWN6u1
— National Center for Seismology (@NCS_Earthquake) December 5, 2022
Comments are closed.