Latest Odisha News

ପୂର୍ବତଟ ରେଳବାଇ ପକ୍ଷରୁ ଓଡିଶାର ୩ଟି ଟ୍ରେନ୍ ବାତିଲ; ଜାଣନ୍ତୁ କ’ଣ

ଭୁବନେଶ୍ୱର: ଆସନ୍ତା ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ଓଡିଶାର ୩ଟି ଟ୍ରେନକୁ ବାତିଲ କରୁଛି ପୂର୍ବତଟ ରେଳବାଇ । ପାରାଦୀପ ଷ୍ଟେସନ ଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ସୁରକ୍ଷା ଓ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ୭ରୁ ୯ ଫେବୃଆରୀ ପର୍ଯ୍ୟନ୍ତ ୩ଟି ଟ୍ରେନ୍ ବାତିଲ ରହିବ ବୋଲି ପୂର୍ବତଟ ରେଳବାଇ ଗୁରୁବାର ଦିନ ସୂଚନା ଦେଇଛି । ବାତିଲ ହୋଇଥିବା ୩ଟି ଟ୍ରେନ୍ ହେଲା:-

୧. ଉଭୟ ଦିଗରୁ ୧୮୪୧୪/୧୮୪୧୩ ପୁରୀ-ପାରାଦୀପ-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ

୨. ଉଭୟ ଦିଗରୁ ୬୮୪୩୫/୬୮୪୩୬ କଟକ-ପାରାଦୀପ-କଟକ ମେମୁ

୩. ଉଭୟ ଦିଗରୁ ୫୮୪୦୫/୫୮୪୦୬ କଟକ-ପାରାଦୀପ-କଟକ ପାସେଞ୍ଜର

Leave A Reply

Your email address will not be published.