Latest Odisha News

BREAKING NEWS

ଭେନିଜୁଏଲା ତେଲ କିଣିବା ପାଇଁ ଆମେରିକା ଦେଇଛି ଅନୁମତି: ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବୁଧବାର ଦିନ କହିଛି ଯେ ଆମେରିକା ର ପ୍ରତିବନ୍ଧକ ଭୋଗୁଥିବା ଭେନେଜୁଏଲା ରୁ କଞ୍ଚା ତେଲ କିଣିବା ସମ୍ପର୍କରେ ତଥ୍ୟ ଆମେରିକା କୁ ଦିଆଯାଇଛି ଓ ଏ ସମ୍ପର୍କରେ ମଞ୍ଜୁରୀ ନିଆଯାଇଛି । କମ୍ପାନୀ କହିବାନୁସାରେ ଯାହାବି ତେଲ କିଣାଯାଇଛି ତାହା ପ୍ରତିବନ୍ଧକ ସର୍ତ୍ତ ଅନ୍ତର୍ଗତ ଅଟେ । କମ୍ପାନୀ ଏହି ବୟାନ ଟ୍ରମ୍ପ ପ୍ରସାଶନ ର ଚେତାବନୀ ପରେ ଦେଇଛି । ଆମେରିକା ପ୍ରଶାସନ ତେଲ କମ୍ପାନୀ ମାନଙ୍କୁ ଚେତାବନୀ ଦେଇ କହିଥିଲା , ଭେନେଜୁଏଲା ସହିତ ସମ୍ବନ୍ଧ ରଖୁଥିବା ତେଲ କମ୍ପାନୀ ‘ ସାମ୍ଭାଳି କରି କାମ କରନ୍ତୁ’ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରବକ୍ତା କହିଛନ୍ତି, ” ରିଲାଏନ୍ସ ର ଭେନେଜୁଏଲା ଠାରୁ କଞ୍ଚା ତେଲ କିଣିବା ସମ୍ପର୍କରେ ଆମେରିକା କୁ ସୂଚନା ଦିଆଯାଇଛି ଓ ଏଥିପାଇଁ ମଞ୍ଜୁରୀ ନିଆଯାଇଛି “। ପ୍ରବକ୍ତା ଏକ ବ୍ୟଂ ରେ କହିଲେ ଯେ, ” ଆମେ ଭେନେଜୁଏଲା ସମ୍ପର୍କରେ ଲଗାତର ଆମେରିକା ସରକାର ଙ୍କ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଓ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ଦେଉଛୁ” ।

ରିଲାଏନ୍ସ ର ଗୁଜୁରାଟ ର ଜାମାନଗରସ୍ଥିତ ଦୁଇ ରିଫାଇନାରୀ କାରଖାନା ହେଉଛି ଭେନେଜୁଏଲା ରୁ ଆସୁଥିବା କଞ୍ଚା ତେଲର ସବୁଠୁ ବଡ଼ ଆମଦାନୀ କେନ୍ଦ୍ର । ସେଠି ପୁର୍ବ ବର୍ଷ ଲାଟିନ ଆମେରିକା ଦେଶରୁ କଞ୍ଚା ତେଲ କିଣିବା ପାଖାପାଖି ଏକ ତୃତୀୟାଂଶ କମାଇ ଦେଇଥିଲା । କମ୍ପାନୀ କହିଛି ଯେ ସେ ଆମେରିକା ର ପ୍ରତିବନ୍ଧକ ସହିତ ଜଡିତ ସବୁ ନୀତି ନିୟମ ଅନୁସାରେ କାମ କରିବେ ।

Leave A Reply

Your email address will not be published.