Latest Odisha News

BREAKING NEWS

ଅଧିକ ମାତ୍ରାରେ ଆଳୁର ସେବନ ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି…

ଭୁବନେଶ୍ଵର: ଆମେ ପ୍ରତିଦିନ ଖାଦ୍ୟରେ ଆଳୁର ବ୍ୟବହାର କରିଥାଉ । ଖାଉଥିବା ପ୍ରତ୍ୟକ ଖାଦ୍ୟରେ ଆଳୁ ପଡିଥିଲେ ତ କଥା ସରିଲା । ସେ ଛୁଆ ହୁଅନ୍ତୁ କିମ୍ବା ବୟସ୍କ । ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଆଳୁ । କିନ୍ତୁ ଆଳୁର ଅତ୍ୟଧିକ ସେବନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କହିବାକୁ ଗଲେ, ରୋଷେଇଘରେ ଆଳୁ ହେଉଛି ସମସ୍ତ ପନିପରିବା ମଧ୍ୟରେ ରାଜା । ସମସ୍ତ ତରକାରୀ ଜାତୀୟ ଖାଦ୍ୟରେ ଆଳୁକୁ ବ୍ୟବହାର କରିବା ସ୍ୱାଭାବିକ । କିନ୍ତୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଆଳୁ ଖାଇବା ବିପଦଜନକ ହୋଇପାରେ । ସେହିପରି କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ମଧ୍ୟ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ତେଣୁ ଆଳୁକୁ ଆମ ଦୈନନ୍ଦିନ ଭୋଜନର ପରିଷରଭୁକ୍ତ କରିବା ଦ୍ୱାରା ଏହା ଆମକୁ ହାନି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ଆଳୁ ଖାଇବା ଦ୍ୱାରା କଣ ହୋଇଥାଏ ।

ଅଧିକ ପରିମାଣରେ ଆଳୁ ଖାଇବା ଦ୍ୱାରା ଆମ ଶରୀରରେ ପେଟ ଏବଂ ଅଣ୍ଟାରେ ଚର୍ବି ବଢିଥାଏ । ଯାହା ଆମ ଶରୀରର ଓଜନ ମଧ୍ୟ ବୃଦ୍ଧି କରିଥାଏ । ସାଧାରଣତଃ ଡାଏଟ କରୁଥିବା ବ୍ୟକ୍ତିବିଶେଷଙ୍କ ଖାଦ୍ୟରେ ଏହା ଅଳ୍ପ ପରିମାଣରେ ସାମିଲ ରହିବା ଆବଶ୍ୟକ । ସେହିପରି ଅତ୍ୟଧିକ ଆଳୁ ଖାଇବା ହେତୁ ଶରୀରରେ ଆଲର୍ଜିର ଛାପ ଦେଖାଯାଏ । ତେଣୁ ଏହାକୁ ଯଥେଷ୍ଟ କମ୍ ବ୍ୟବହର କରିବା ଉଚିତ । ଯାହା ଫଳରେ ଶରୀରରେ ଏଭଳି ସମସ୍ୟା କମ୍ ହୋଇପାରିବ ।

କାରଣ ଆଳୁରେ ଭରପୁର ମାତ୍ରାରେ କାର୍ବନହାଇଡ୍ରେଟ୍ ରହିଥାଏ । ଯାହା ଆମ ଶରୀରରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଅଧିକ କରିଥାଏ । ଏହାବ୍ୟତୀତ ଅଧିକ ଆଳୁ ଖାଇବା ଦ୍ୱାରା ଶରୀରରେ ସୁଗାର ପରିମାଣ ବୃଦ୍ଧି ପାଇଥାଏ । ଯାହା ଫଳରେ ଡାଇବେଟିସ ହେବାର ସମ୍ଭାବନା ରହିଥାଏ । ତେଣୁ ଏସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଆଳୁ ଖାଇବାର ପରିମାଣକୁ ମଧ୍ୟ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ ।

 

Leave A Reply

Your email address will not be published.