Latest Odisha News

BREAKING NEWS

ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ, ପଦରୁ ହଟିଲେ ୬ ରାଜ୍ୟର ଗୃହ ସଚିବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ବଡ ଆକ୍ସନ । ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ଗୃହ ସଚିବଙ୍କୁ ହଟାଇଛନ୍ତି ନିର୍ବାଚନ ଆୟୋଗ । କେବଳ ଏତିକି ନୁହେଁ ପଶ୍ଚିମବଙ୍ଗର ଡିଜିପିଙ୍କୁ ମଧ୍ୟ ହଟାଇଛନ୍ତି ନିର୍ବାଚନ ଆୟୋଗ । ଏନେଇ ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପୂର୍ବରୁ ୟୁପି-ବିହାର ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜ୍ୟଗୁଡିକରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ବଜାୟ ରଖିବା ଦିଗରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି । ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇଛନ୍ତି ନିର୍ବାଚନ ଆୟୋଗ । ଏଥିସହ ନିର୍ବାଚନ ଆୟୋଗ ବିଏମସି ଅର୍ଥାତ୍ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ଇକବାଲ ସିଂ ଚହଲ, ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ହଟାଇବା ପାଇଁ ମଧ୍ୟ ନିର୍ବାଚନ ଆୟୋଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ସହ ଜଡିତ ତିନି ବର୍ଷରୁ ଅଧିକ ଦିନ ହେବ ଗୋଟିଏ ଅଞ୍ଚଳରେ ଥିବା ଅଧିକାରୀ ଏବଂ ନିଜ ରାଜ୍ୟରେ ଥିବା ଅଧିକାରୀମାନଙ୍କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶନିବାର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି । ଏହି ରାଜ୍ୟଗୁଡିକରେ ନିର୍ବାଚନ ସମୟରେ କୌଣସି ବି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜିବ ସେଥିପାଇଁ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.