Latest Odisha News

BREAKING NEWS

ରେଭ୍ ପାର୍ଟିକୁ ସାପ ବିଷ ଯୋଗାଉଥିବା ସ୍ୱୀକାର କଲେ ଏଲଭିଶ ଯାଦବ

ନୂଆଦିଲ୍ଲୀ: ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବ । ଏବେ ଜେଲ୍ ରେ ଦିନ କାଟୁଛନ୍ତି ଏଲଭିସ । ତେବେ ଏହି ଘଟଣାରେ ପୂର୍ବରୁ ସେ ଅସ୍ୱୀକାର କରୁଥିବାବେଳେ, ବର୍ତ୍ତମାନ ଗିରଫ ପରେ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ନୋଏଡା ପୋଲିସ ।

ଏହା ସହ ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି ଏଲଭିଶ ଯାଦବ ।

ସୂଚନାଯୋଗ୍ୟ, ଏଲଭିଶ ଯାଦବ ରେଭ୍ ପାର୍ଟି ପାଇଁ ସାପର ବିଷର ବ୍ୟବସ୍ଥା କରୁଥିଲେ ଏବଂ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଏଲଭିସ୍ ପୋଲିସ ନଜରକୁ ଆସିଥିଲେ ।ଏହି ମାମଲାରେ ପୋଲିସ ଏକ ପାର୍ଟି ହଲ ଉପରେ ଚଢାଉ କରି ୪ ଜଣ ସାପୁଆକେଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ​​ଏବଂ ୯ ଟି ସାପ ସହ ସେମାନଙ୍କ ବିଷକୁ ଜବତ କରିଥିଲା ।

ନୋଏଡା ପୋଲିସ ଟିମ ତାଙ୍କୁ ଗିରଫ ପରେ ସୁରଜପୁର କୋର୍ଟରେ ହାଜର କରିଥିଲେ । ତାଙ୍କ ବିରୋଧ‌ରେ ଏନଡିପିଏସ ଆକ୍ଟର ଧାରା ୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

Leave A Reply

Your email address will not be published.