Latest Odisha News

BREAKING NEWS

ବଢିଲା ଏଲଭିଶ ଯାଦବଙ୍କ ଅଡୁଆ, ମନି ଲଣ୍ଡରିଂ କେସ ରୁଜୁ କଲା ଇଡି

ନୂଆଦିଲ୍ଲୀ: ବଢିଲା ସାପ ବିଷ ମାମଲାରେ ଗିରଫ ହୋଇଥିବା ବିଗବସ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ । ତାଙ୍କ ବିରୋଧରେ ଗୌତମ ବୁଦ୍ଧ ନଗର ପୋଲିସ ଦ୍ଵାରା ପଞ୍ଜୀକୃତ ହୋଇଥିବା ସାପ ବିଷ ଯୋଗାଣ ମାମଲାରେ ଇଡି ଟଙ୍କା ହେରଫେର ମାମଲା ରୁଜୁ କରିଛି ।

BjdElectrycity

ଇଡିର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରାକେଟରେ ଜଡିତ ବିପୁଳ ପରିମାଣର ଅର୍ଥକୁ ଦୃଷ୍ଟିରେ ରଖି ସାପ ବିଷ ଯୋଗାଣ ମାମଲାରେ ଏଲଭିଶ ଯାଦବ ଏବଂ ଗିରଫ ହୋଇଥିବା ଅନ୍ୟମାନଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛି । ଇଡି ଟିମ୍ ଏଲଭିଶ ଯାଦବ ଏବଂ ଏହି ମାମଲାରେ ଜଡିତ ଅନ୍ୟ ଲୋକମାନଙ୍କୁ ପଚରାଉଚରା କରିବ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୭ ତାରିଖରେ ସାପ ବିଷ ଯୋଗାଣ ମାମଲାରେ ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲ। ଏହା ପରେ କୋର୍ଟ ତାଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ଲୁକସର ଜେଲକୁ ପଠାଇଥିଲେ । କିନ୍ତୁ ୫ ଦିନ ପରେ ଏହି ମାମଲାରେ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହେବାର ପ୍ରାୟ ୬ ମାସ ପରେ ଅର୍ଥାତ୍ ଗତ ଏପ୍ରିଲ ୬ ତାରିଖରେ ଗୌତମ ବୁଦ୍ଧ ନଗର ପୋଲିସ ଏଲଭିଶ ଯାଦବ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୭ ଜଣଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କୋର୍ଟରେ ୧୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । କିପରି ସାପ ଚୋରା ଚାଲାଣ କରାଯାଉଥିଲା ଏବଂ ପାର୍ଟୀରେ ସେମାନଙ୍କର ବିଷ କିପରି ବ୍ୟବହାର କରାଯାଇଥିଲା ତାହା ଚାର୍ଜସିଟରେ ବର୍ଣ୍ଣନା କରାଯାଇଥିଲା ।

 

Leave A Reply

Your email address will not be published.